ଆଇନ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର:  ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା ଜଗତସିଂହପୁର ସହର ସ୍ଥିତ ଏସଭିଏମ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରୟମ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ କର୍ମଶାଳାରେ  ଜଗତସିଂହପୁର ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳା ଉଦ୍ଘାଟନ କରିଥିଲେ । ସରୋଜିନୀ ସିଂ ଡିଏସପି ଜଗତସିଂହପୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବ୍ଲକସ୍ତରୀୟ କର୍ମଶାଳାରେ ମୁଖ୍ୟଅତିଥି ନିଜ ବକ୍ତବ୍ୟରେ ଭାରତୀୟ ସଂସ୍କୃତିରେ ନାରୀ ମାନଙ୍କର ମହନୀୟତାକୁ ସ୍ମରଣ କରାଇଥିବା ସହିତ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ଅଧିକାର ଓ ନ୍ୟାୟ ଗୁଡିକ ଆଲୋଚନା କରିଥିଲେ । ଜଗତସିଂହପୁର ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ  ଅଜୟ କୁମାର ବେହେରା ପ୍ରମୁଖ ବକ୍ତାମାନେ ଯୋଗ ଦେଇଥିଲେ । ଏସଭିଏମ ମହାବିଦ୍ୟାଳୟର ଇନଚାର୍ଜ ପ୍ରିନସିପାଲ ମନୋଜା ମଞ୍ଜରୀ ଉପସ୍ଥିତ ଥିବା ସମସ୍ତ ଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ ସଶକ୍ତ ଏବଂ ସ୍ୱାବଲମ୍ବୀ ହେବ ପାଇଁ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଷ୍ଣୁପ୍ରିୟା ସେଠୀ ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରୋଗ୍ରାମ ଅଫିସର ବିଜୟଲକ୍ଷ୍ମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ପ୍ରମୁଖ ଶିକ୍ଷାବିତ ସୁଭାଷ ଚନ୍ଦ୍ର ରାଉତ ସଭା କାର୍ଯ୍ୟର ସୁପରିଚାଳନା କରିଥିଲେ ।