ଆଇପିଏଲ୍ ୧୮ତମ ସଂସ୍କରଣର ଦଶମ ଓ ଏକାଦଶ ମ୍ୟାଚ୍ : ରାଜସ୍ଥାନ୍ ବିଜୟୀ
ନୂଆଦିଲ୍ଲୀ : ସିଏସ୍କେକୁ ହରାଇ ୬ ରନ୍ରେ ଜିତିଲା ରାଜସ୍ଥାନ । ଗୌହାଟୀରେ ରବିବାର ଖେଳାଯାଇଥିବା ଆଇପିଏଲ୍ର ଏକାଦଶ ଲିଗ୍ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗସ୍ ଆଗରେ ୧୮୩ ରନ୍ର ଲକ୍ଷ୍ୟ ରଖିଥିଲା ରାଜସ୍ଥାନ ରୟାଲ୍ସ । ତେବେ ଏହି ବିଜୟ ଲକ୍ଷ୍ୟକୁ ପୂରଣ କରି ପାରିନଥିଲା ସିଏସ୍କେ । ଶେଷ ସମୟରେ ଧୋନି କ୍ୟାଚ୍ ଆଉଟ୍ ହେବା ପରେ ସିଏସ୍କେ ଭାଙ୍ଗି ପଡ଼ିଥିଲା । ବହୁ ସଂଘର୍ସ ସତ୍ତ୍ୱେ ଅଲ୍ପକେ ହାରିଯାଇଥିଲା ସିଏସ୍କେ । ୨୦ ଓଭରରେ ୬ଟି ୱିକେଟ ହରାଇ ସିଏସ୍କେ ୧୭୬ ରନ୍ କରିଥିଲା ।
ଆଇପିଏଲ୍ ମହାସମର । ୧୧ତମ ମ୍ୟାଚ୍ରେ ପ୍ରାରମ୍ଭିକ ଝଟକା ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ ସଂଗ୍ରହ କରିଥିଲା ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ସୁପର କିଙ୍ଗସ ସାମ୍ନାରେ ୧୮୩ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ପୂର୍ବ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ଆଜିର ମ୍ୟାଚ୍ ଜତିବା ଲକ୍ଷ୍ୟରେ ଥିଲା । ହେଲେ ସିଏସକେ ପାଇଁ ଏହି ମ୍ୟାତ୍ ଜିତିବା ଏତେ ସହଜ ହୋଇନଥିଲା । କାରଣ ୨୦୧୯ ଆଇପିଏଲ୍ ପରେ ଚେନ୍ନାଇ ଟିମ୍ କେବେ ବି ୧୮୦ ରନ୍ ଚେଜ୍ କରି ଜିତିନାହିଁ ।
ସୁପର ସନଡେ’ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ । ଆସାମ ଗୌହାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା । ସିଏସକେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନକୁ ଆମନ୍ତ୍ରଣ କରିଥିଲା । ଟିମ୍ ରିୟାନ ପରାଗ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା । ସିଏସ୍କେ ସାମ୍ନାରେ ୧୮୩ ରନ ଟାର୍ଗେଟ୍ ରହିଥିଲା । ପ୍ରାରମ୍ଭିତ ଝଟକା ଲାଗିଥିଲେ ମଧ୍ୟ ଦ୍ୱିତୀୟ ୱିକେଟ ଜବରଦସ୍ତ ଇନିଂସ ଖେଳିଥିଲେ ନୀତିଶ ରାଣା । ସେ ମାତ୍ର ୩୬ ବଲରେ ୮୧ ରନ ସଂଗ୍ରହ କରିଥିଲେ । ଏଥିରେ ୧୦ ଚୌକା ଓ ୫ଟି ଛକା ରହିଛି । ସେହିପରି ଚେନ୍ନାଇ ପକ୍ଷରୁ ଖଲିଲ୍ ଅହମ୍ମଦ, ନୁର ଅହମ୍ମଦ ଓ ପଥିରାଣା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।