ଆଇସିଡିଏସ୍ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ନୂଆପଡା :  ମାର୍ଚ୍ଚ ଆଠ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଖଡ଼ିଆଳ ଆଇସିଡିଏସ ତରଫରୁ ଅଙ୍ଗନୱାଡ଼ି ଓ ସହାୟିକାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଛି । କବାଡି, ଖୋଖୋ, ରଶି ଟଣା, ରଙ୍ଗୋଲି, ଗୀତ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରରେ ଭାଗ ନେବେ ଓ ସେଠାରେ କୃତିତ୍ୱ ଅର୍ଜନ କଲେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି । ଏହାର ଉଦେ୍ଦଶ୍ୟ ହେଲା ମହିଳା ସଶକ୍ତିକରଣ ବାର୍ତ୍ତା ପ୍ରଚାର କରିବା, କନ୍ୟା ସନ୍ତାନର ଉପାଦେୟତା ଉପରେ ଲୋକଙ୍କୁ ବୁଝାଇବା, ଭ୍ରୁଣ ହତ୍ୟା ବନ୍ଦ କରିବା, ବାଲ୍ୟ ବିବାହ ଉପରେ ରୋକ୍ ଲଗାଇବା ବୋଲି ନେହେନା ମହିଳା ପରିଦର୍ଶିକା ଶକୁନ୍ତଳା ନାଗ, ଖୁଦପେଜ ମହିଳା ପରିଦର୍ଶିକା ତୁଳସୀ ଲତା ରାଉତ, ତୁକଲା ମହିଳା ପରିଦର୍ଶିକା ଦିପାଞ୍ଜଳୀ ମେହେର, ଅରେଡା ମହିଳା ପରିଦର୍ଶିକା ରଶ୍ମିରାଣୀ ମେହେର, ଖଡ଼ିଆଳ ମହିଳା ପରିଦର୍ଶିକା ବୃନ୍ଦାବତୀ ଶଗରିଆ ଓ ସରଧାପୁର ମହିଳା ପରିଦର୍ଶିକା ସରସ୍ୱତୀ ବିଶି ପ୍ରମୁଖ ନେତୃତ୍ୱ ନେଇଥିଲେ ।