ଆଜିଠୁ ମିିଳିବ ରନ୍ଧା ଖାଦ୍ୟ

ଝାଡ଼ାବାନ୍ତିକୁ ଦୃଷ୍ଟିରେ ରଖି ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଆସନ୍ତାକାଲି ଠାରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ମହିଳାଙ୍କ ମାଧ୍ୟମରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ରୋଗୀଙ୍କୁ ଉଷୁମ ଓ ନିରୋଗୀ ଖାଦ୍ୟ ଯୋଗାଇ ଦେବାକୁ ସରକାରଙ୍କ ନିଦେ୍ର୍ଦଶ ମତେ ବ୍ୟବସ୍ଥା କରାଯାଇଥିବା ବେଳେ ଆସନ୍ତାକାଲି ରାସ୍ତାକଡ଼ରେ ଖାଦ୍ୟ ବିକ୍ରି ଉପରେ କଟକଣା ଲାଗୁ କରାଯିବ । ଏନେଇ ପ୍ରଚାର କରାଯିବା ସହ ଲୋକଙ୍କୁ ସଚେତନ କରାଯିବ । ଯଦି କେହି ରାସ୍ତାକଡ଼ ଦୋକାନ ନିଦେ୍ର୍ଦଶକୁ ଅମାନ୍ୟ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି ।