ଆଜିର ଶିଶୁ ଆସନ୍ତାକାଲିର ମହକ 

 ନାଉଗାଁ: ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଗାରୋଇ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ପକ୍ଷରୁ ଚଳିତ ବର୍ଷର ଶିଶୁଉସôବ ପୂଜ୍ୟପାଦବାବା ଶ୍ରୀ ଆଦିତ୍ୟନାରାୟଣ ଦାସଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ସଭାପତି ସୁକାନ୍ତ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ ନାଉଗାଁ ମଣ୍ଡଳ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଶିଶୁ ଆସନ୍ତା କାଲିର ମହକ । ତେଣୁ ତାଙ୍କ ଅନ୍ତର୍ନିହିତ ପ୍ରତିଭାର ଆବିଷ୍କାର ପାଇଁ ପ୍ରତିଯୋଗିତା ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ କ୍ଷ ମୁଖ୍ୟବକ୍ତା ଭାବେ ଜିଲ୍ଲା ଓଷ୍ଟାର ପୂର୍ବତନ ସଭାପତି ନିରଞ୍ଜନ ମହାନ୍ତି ଓ ସମ୍ମାନନୀୟଅତିଥି ନିତ୍ୟାନନ୍ଦ ଜେନା, ବିଜୟ ସ୍ୱାଇଁ, ପ୍ରଭାତ ସ୍ୱାଇଁ ଓ ଆଲୁମିନି କମିଟି ସଭାପତି ପବିତ୍ର ବିଶ୍ୱାଳ ଯୋଗଦେଇଥିଲେ । ସମ୍ପାଦକ ହିମାଂଶୁ କୁମାର ମହାନ୍ତି ଶିଶୁମେଳାର ଆଭିମୁଖ୍ୟ ପ୍ରକାଶ କରିଥିଲା ବେଳେ, ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବ୍ଲକର ୧୭ଟି ସ୍କୁଲରୁ ୩୧୧ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେହିପରି ଉଦ୍ୟାପନୀ ଅଧିବେଶନରେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ମୁଖ୍ୟଅତିଥି ଏବଂ ଜିଲ୍ଲା ଓଷ୍ଟାର ସଭାପତି ନାରାୟଣ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଶିଶୁ ମେଳାରେ ବିଜୟ କୁମାର ସ୍ୱାଇଁ, ରାମଚନ୍ଦ୍ର ମୁଦୁଲି, ବସନ୍ତ କୁମାର ସ୍ୱାଇଁ, ଶୁଭସ୍ମିତା ସାହୁ ରିଙ୍କିଲତା ଜେନା, ବିଶ୍ୱଜିତ ବିଶ୍ୱାଳ, ସନ୍ତୋଷ କୁମାର ଦାସ, ନିତ୍ୟାନନ୍ଦ ଜେନା, ଆଦର୍ଶ କୁମାର ଦାସ, ଅଶୋକ କୁମାର ଫାରକ, ସନ୍ତୋଷ କୁମାର ପରିଡା, ଅମୀୟ କୁମାର ମହାପାତ୍ର ପ୍ରଭୂତି ବିଚାରକ ଭାବେ ଏବଂ ପବିତ୍ର କୁମାର ସ୍ୱାଇଁ,ଚିନ୍ମୟ କୁମାର ଜେନା, ଦିବ୍ୟବ୍ରତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଲକ୍ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ୨୦ତାରିଖରେ ଜିଲ୍ଲାସ୍ତରୀୟ ଶିଶୁ ଉସôବରେ ଅଂଶ ଗ୍ରହଣ କରିବେ ।