ଆଜି ଠାରୁ ଲକ୍ଷ୍ମୀ ନାରାୟଣ ପୂଜା
ଧର୍ମଶାଳା: ଆସନ୍ତାକାଲି ଠାରୁ ଜାରକା ମହୋତ୍ସବ ପଡିଆ ଠାରେ ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ଗଜଉଦ୍ଧାରଣ ପୂଜା ଆରମ୍ଭ ହେବ । ପୂଜା ମଣ୍ଡପରେ ଲକ୍ଷ୍ମୀନାରାୟଣଙ୍କ ଗଜଉଦ୍ଧାରଣ ଦୃଶ୍ୟ ସାଙ୍ଗକୁ ବିଭିନ୍ନ ପୌରାଣିକ, ଐତିହାସିକ ଓ ସାମାଜିକ କଥାବସ୍ତୁକୁ ମୂର୍ତୀରେ ରୂପ ଦିଆଯାଉଛି । ମଣ୍ଡପ ସମ୍ମୁଖରେ ଏକ ସୁଦୃଶ୍ୟ ତୋରଣ ନିର୍ମାଣ କରାଯାଉଥିବା ବେଳେ ବଜାରର ସମସ୍ତ ପ୍ରବେଶ ପଥରେ ଆକର୍ଷଣୀୟ ଆଲୋକ ତୋରଣ ଓ ବଜାରକୁ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯାଉଛି । ଧନୁ ସଂକ୍ରାନ୍ତି ତିଥିରେ କଳସ ଅଧିବାସ, ପୂଜାରମ୍ଭ ଓ ବଂପୁ ଗ୍ରାମର କୀର୍ତନମଣ୍ଡଳୀ ଭଜନ ପରିବେଷଣ କରିବେ । ୧୭ତାରିଖରେ ସୂର୍ଯ୍ୟପୂଜା, ହୋମ, ମହାଦୀପ, ଆଳତୀ ଓ ଗଙ୍ଗାଧରପୁର କୀର୍ତନମଣ୍ଡଳୀ ଭଜନ ପରିବେଷଣ କରିବେ । ୧୮ତାରିଖରେ ପୂଜା, ହୋମ, ପୁଷ୍ପାଞ୍ଜଳି, ଘଟ ବିସର୍ଜନ ଓ ଛତିଆର ଇସକନ୍ ଗ୍ରୁପ୍ ପକ୍ଷରୁ ଭଜନକିର୍ତନ ପରିବେଷିତ ହେବ ।୧୯ତାରିଖରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତ୍ସଙ୍ଗ, ୨୦ତାରିଖରେ ଅଭିରାମ ପରମହଂସଙ୍କ ଗୋଷ୍ଠୀ ପୂଜା, ୨୧, ୨୨ ଓ ୨୩ତାରିଖରେ ପାଲା ପରିବେଷଣ ହେବ । ଆୟୋଜକ ଧର୍ମଶାଳା ମହୋତ୍ସବ ପୂଜା କମିଟି ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଜାରକା ସିଭିକ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ସଭାପତି ରବିନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି, ଉପସଭାପତି ସର୍ବେଶ୍ୱର ବେହୁରା, ସଂଯୋଜକ ଦେବରାଜ ମିଶ୍ର, ବିଚିତ୍ର କୁମାର ସ୍ୱାଇଁ, ମନୋଜ କୁମାର ରାଉଳ, କାଶୀନାଥ ସାହୁ, ସବ୍ୟସାଚୀ ସୁନ୍ଦରାୟ, ପ୍ରଫୁଲ୍ଲ କୁମାର ରାଉତ, ହିମାଂଶୁ ମହାନ୍ତି, ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ପୂଜା ଓ ମହୋତ୍ସବର ସୁପରିଚାଳନା ଉପରେ ଆଲୋଚନା କରିଥିଲେ । ଧର୍ମଶାଳା ବିଧାୟକ ତଥା କମିଟିର ମୁଖ୍ୟ ଉପଦେଷ୍ଟା ହିମାଂଶୁ ଶେଖର ସାହୁଙ୍କ ପ୍ରସ୍ତାବ କ୍ରମେ ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାର ଓ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ବରିଷ୍ଠ ସଦସ୍ୟ ଜଳଧର ସାହୁ, ରାମଚନ୍ଦ୍ର ମଲ୍ଲିକ, କିଶୋର ନାୟକ, ଅକ୍ଷୟ କୁମାର ବିଶ୍ୱାଳ, ନକୁଳ ସାହୁ, ଇଂ ତପନ କିଶୋର ଷଡ଼ଙ୍ଗୀ, ରବୀନ୍ଦ୍ର ମହାନ୍ତି, ଉପେନ୍ଦ୍ର କର, ଚିତରଞ୍ଜନ ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।