ଆନନ୍ଦ ଉଲ୍ଲାସରେ ଶାମ୍ବ ଦଶମୀ ପର୍ବ ପାଳିତ
ବୁଗୁଡ଼ା: ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପର୍ବ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରତୁ୍ୟଷରୁ ମଙ୍ଗଳ ଆଳତି, ଅବକାଶ ନୀତି, ବାଲ ସୂର୍ଯ୍ୟ ପୂଜା, ତ୍ରିକାଳ ପୂଜା ନୀତି ଅନୁଷ୍ଠିତ ହୋଇଥୁଲା । ମଧ୍ୟାହ୍ନରେ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଚିନ୍ମୟ ଦାଶ, ଶିବ ପ୍ରସାଦ ଦାଶ, ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ହୋମ କାର୍ଯ୍ୟ ସମ୍ପାଦନ କରିଥିଲା ବେଳେ ମହନ୍ତ ଭକ୍ତରାମ ଦାସ ହୋମ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତ୍ରିକାଳ ସନ୍ଧ୍ୟାରେ ଚନ୍ଦ୍ର ପୂଜା, ଆଳତି, ରାଜ ଭୋଗ, ବଡ ସିଙ୍ଘାର ନୀତି ଆଦି ପୂଜକ ଉମାକାନ୍ତ ଦାଶଙ୍କ ଦ୍ୱାରା ଯଥାବିଧି ପ୍ରକାରେ ସମ୍ପନ୍ନ ହୋଇଥିଲା । ଉକ୍ତ ପର୍ବ ପାଳନ ଅବସରରେ ଚର୍ମ ରୋଗରୁ ମୁକ୍ତି ପାଇବା ପାଇଁ ମାନସିକଧାରୀଙ୍କ ସମାବେଶ ଦେଖିବାକୁ ମିଳିଥିଲା ।