ଆନେ୍ଦାଳନ ଯୋଗୁଁ ଗ୍ୟାସ ସିଲିଣ୍ଡର ମିଳୁନି
କେନ୍ଦୁଝର : ଡ୍ରାଇଭର ମହାସଂଘର ଆନେ୍ଦାଳନ ଯୋଗୁଁ କେନ୍ଦୁଝରରେ ଲୋକମାନେ ନାହିଁନଥିବା ଅସୁବିଧାରେ ପଡିଛନ୍ତି । ଆନେ୍ଦାଳନ ଚତୁର୍ଥ ଦିନରେ ପହଁଚିଥିବାବେଳେ ଘରୋଇ ଗ୍ୟାସ, ପନିପରିବାର ଅଭାବ ଦେଖାଦେଲାଣି । କେନ୍ଦୁଝରରେ ଥିବା ଗ୍ୟାସ ଡିପୋରେ ଗ୍ୟାସ ସିଲିଣ୍ଡର ସରି ଗଲାଣି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାରେ ପଡିଲେଣି । ରାଜ୍ୟର ବାଲେଶ୍ୱର ଏବଂ ଜଟଣୀ ଡିପୋରୁ କେନ୍ଦୁଝରକୁ ଗାଡି ଦ୍ୱାରା ରନ୍ଧନ ଗ୍ୟାସ ଆସିଥାଏ । ଡ୍ରାଇଭର ମହାସଂଘର ଆନେ୍ଦାଳନ ଯୋଗୁଁ ଗାଡି ଚଳାଚଳ କରୁନାହିଁ । ଯାହା ଫଳରେ ଗ୍ୟାସ ବିତରଣ ପ୍ରଭାବିତ ହୋଇଛି । ଅନେକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଡିପୋ ଆଗରେ ଛିଡା ହୋଇ ରହିଛି । ଯଦି ଆଗକୁ ଆନେ୍ଦାଳନ ଜାରି ରୁହେ ତେବେ ସ୍ଥିତ ସାଙ୍ଘାତିକ ହେବ ବୋଲି ମାଧପୁର ଅଂଚଳର ଅସିତ୍ ପଟ୍ଟନାୟକ କହିଛନ୍ତି ।