ଆନ୍ତଃରାଜ୍ୟ ଚଡି-ବାନୀୟନ ଗ୍ୟାଙ୍ଗ୍ ମୁଖ୍ୟକୁ ୧ବର୍ଷ ଜେଲ ଦଣ୍ଡ

ଆନ୍ତଃରାଜ୍ୟ ଚଡି-ବାନୀୟନ ଗ୍ୟାଙ୍ଗ୍ ମୁଖ୍ୟକୁ ୧ବର୍ଷ ଜେଲ ଦଣ୍ଡ
ଆନ୍ତଃରାଜ୍ୟ ଚଡି-ବାନୀୟନ ଗ୍ୟାଙ୍ଗ୍ ମୁଖ୍ୟକୁ ୧ବର୍ଷ ଜେଲ ଦଣ୍ଡ


ଭୁବନେଶ୍ୱର, ୦୩ା୬ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୫ର ବିଚାରପତି ସବ୍ୟସାଚୀ ପଣ୍ଡା, ଧଉଳି ଥାନା ଅଞ୍ଚଳରେ କୁଖ୍ୟାତ ଆନ୍ତଃରାଜ୍ୟ ଚଡି-ବାନୀୟନ ଗ୍ୟାଙ୍ଗ ଦ୍ୱାରା ଘଟିଯାଇଥିବା ଅନେକ ସିନ୍ଧିଚୋରୀ ମାମଲାରୁ ଗୋଟିଏ ମାମଲାର ବିଚାର କରି ଗ୍ୟାଙ୍ଗର ସଦସ୍ୟ ରାଜୁ ବାଗ୍ରିକୁ ୧ ବର୍ଷ ଜେଲ ଦଣ୍ଡ ସହ ଜୋରିମାନା ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଅଶୋକ କୁମାର ମଲ୍ଲିକ ରାଉରକେଲା ଠାରେ ଓଏସ୍ଏପି, ଚତୁର୍ଥ ବାଟାଲିୟନରେ ଜଣେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ, ଧଉଳି ଥାନା ଅନ୍ତର୍ଗତ ନୂଆଁଗାଁ, ବିଜୟ ବିହାରର ଲେନ ନମ୍ବର-୧ରେ ୭ରୁ ୮ ବର୍ଷ ହେବ ଭଡ଼ାରେ ରହୁଥିଲେ । ସେ ଛୁଟିରେ ଘରକୁ ଆସିଥିବା ବେଳେ ଗତ ମାର୍ଚ୍ଚ ୨୯ ତାରିଖ ୨୦୨୩ ରାତିରେ ଖାଇସାରି ପରିବାର ସହ ଶୋଇପଡ଼ିଥିଲେ । ଏହି ସମୟରେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର ଝରକା, କବାଟ ଓ ଗ୍ରିଲ ଭାଙ୍ଗି ଭିତରେ ପଶି ଆଲମୀରା ତାଡି ଭିତରୁ ସୁନା ଅଳଙ୍କାର ଟଙ୍କା ଚୋରିକରି ନେଇଯାଇଥିଲେ । ସକାଳୁ ଉଠି ଦେଖିଲା ବେଳକୁ କେହି ଘରୁ କଳାକାନ ବୁଲାଇଦେଇଛି । ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କ ଅଭିଯୋଗ ଭିତ୍ତିରେ ଧଉଳି ଥାନା କେସ ନଂ ୫୪/୨୦୨୩, ଭାରତୀୟ ପିଙ୍ଗନ କୋଡ୍ ଦଫା-୪୫୭/୩୮୦ରେ ଏକ ମାମଲା ରୁଜୁ କରାଯାଇ ଥାନାର ତକ୍ରାଳୀନ ସବ ଇନକସପେକ୍ଟର ସନ୍ତୋଷ କୁମାର ବଳଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଶ୍ରୀ ବଳ ଏହି ମାମଲାକୁ ସଠିକ ତଦନ୍ତ କରିବା ସହିତ ଅନେକ ମାମଲାରେ ସମ୍ପୃକ୍ତ ମୋଟ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଗ୍ୟାଙ୍ଗର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାଜୁ ବାଗ୍ରିକୁ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ୧ ମାସ ଅଧିକ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସହକାରୀ ପବ୍ଲିକ ପ୍ରୋସିକୁ୍ୟଟର ନିରଞ୍ଜନ ବେହେରା ପରିଚାଳନା କରିଥିଲେ । ବିଗତ ଦିନ ମଧ୍ୟରେ ଏହା ତୃତୀୟ ମାମଲାର ଦଣ୍ଡ ବିଧାନ କରାଯାଇଛି । ୨୦୨୩ ମସିହା ଜୁନ୍ ଓ ଜୁଲାଇ ମାସରେ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ ଅଭ୍ୟାସଗତ ଅପରାଧୀ ମାନେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଭୁବନେଶ୍ୱର ସହରରେ ଅନେକ ଗୁଡ଼ିଏ ଘରୁ ପ୍ରାୟତ ଚଡ଼ି-ବାନୀୟନ ଓ ଟଙ୍କା ସୁନା ଲୁଟ୍ କରି ଚର୍ଚ୍ଚାରେ ରହିଥିଲେ ।