ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ 

ଗୁଣୁପୁର: ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂର ବେସିକ ସାଇନ୍ସ ଆଣ୍ଡ ହୁମାନିଟିସ ଏବଂ ସ୍କୁଲ ଅଫ ସାଇନସେସ୍ ପକ୍ଷରୁ ସ୍ଥାୟୀ ବିକାଶ ପାଇଁ ଅତ୍ୟାଧୁନିକ ପଦାର୍ଥର ଆବଶ୍ୟକାତା ସମ୍ପର୍କୀୟ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି ।  ଭାରତ ସରକାରଙ୍କ ଅଧୀନରେ ଥିବା ଜାତୀୟ ଅନୁସନ୍ଧାନ ଭିତ୍ତିପ୍ରସ୍ତର ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ପକ୍ଷରୁ ପ୍ରୋଯୋଜିତ ଏହି ଉଦ୍ଘାଟନୀ ସମ୍ମିଳନୀର ଉକôଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ସତ୍ୟବାନ୍ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତ୍ୟାଧୁନିକ ପଦାର୍ଥର ଉତ୍ପତ୍ତି ଓ ଏହାର ବିଭିନ୍ନ କାର୍ଯ୍ୟକାରିତା ସମ୍ପର୍କରେ କହିବା ସହ ବର୍ତ୍ତମାନ ଯୁଗରେ ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ବେଳେ ପରିବେଶ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ  ମତବ୍ୟକ୍ତ କରିଥିଲେ । ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂର ଆଣ୍ଡ ଟେକ୍ନୋଲୋଜିର ଡିନ୍ ଡ ଡୁଲୁ ପଟ୍ଟନାୟକ ଯୋଗଦେଇ ବିଭାଗୀୟ ଅନୁସନ୍ଧାନ ଓ ଗବେଷଣା ବିଷୟରେ କହିଥିଲେ । ପରୀକ୍ଷା ନିୟନ୍ତ୍ରକ ଡପି ବିଜୟ କୁମାର ଯୋଗଦେଇ ଅଭିନବିକରଣ ଗବେଷଣାର ଏକ ଅଂଶ ବୋଲି କହିଥିଲେ । ସମ୍ମିଳନୀର ଆବାହକ ଡ଼ଃ ଜିତେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ସ୍କୁଲ ଅଫ ସାଇନସେସ୍ର  ଡ଼ଃ  ବି ରବି ପ୍ରସାଦ  ସମ୍ମିଳନୀର ପ୍ରାଧାନ୍ୟତା ବିଷୟରେ କହିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା  ସମ୍ମିଳନୀ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।  ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଗବେଷଣାରତ  ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପୋଷ୍ଟର ଉପସ୍ଥାପନା କରାଯାଇଥିଲା  । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନଭିଜେ ରାଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷଣାରତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।  ଅଧ୍ୟାପିକା ଫୁର୍ତ୍ତି ଫିଜା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଘନିଷ୍ଟା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥଲେ । ଏହି ଦୁଇ ଦିନିଆ ସମ୍ମିଳନୀରେ ଦେଶ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଫେସରବୃନ୍ଦ ଓ ପ୍ରାଧ୍ୟାପକ ଆଦି ଆଭାସି ମାଧ୍ୟମରେ ନିଜ ନିଜ ର ସନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ସମ୍ମିଳନୀରେ ଏନ୍ ଆଇ ଟି ରାଉରକେଲା, ୟୁନିଭରସିଟି ଅଫ ହାଇଦ୍ରାବାଦ, ଉକôଳ ବିଶ୍ୱବିଦ୍ୟାଳୟର, ସରଲାଣ୍ଡ ବିଶ୍ୱବିଦ୍ୟାଳୟ ଜର୍ମାନୀ, କେମରନ୍ ବିଶ୍ୱବିଦ୍ୟାଳୟ, ଡେଲହାଉସି ବିଶ୍ୱବିଦ୍ୟାଳୟ କାନଡା, ନାଇଜେରିଆ, ଇସ୍ରାଏଲ, ସାଉଥ କୋରିଆ, ୟୁଏସ୍ଏ ଆଦି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ର ପ୍ରଫେସର ମାନେ ଯୋଗଦେଇ ଗବେଷଣା ଭିତ୍ତିକ ସନ୍ଦର୍ଭ ମାନ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।ପରିଶେଷରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।