ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପୁନଃପ୍ରତିଷ୍ଠା
ଧର୍ମଶାଳା : ଧର୍ମଶାଳା ବ୍ଲକ ପରିସରରେ ରହିଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ହାତରେ ରହିଥିବା ପୁସ୍ତକକୁ କେହି ଦୁର୍ବୃତ୍ତ ବାହାର କରି ଫିଙ୍ଗି ଦେଇଥିବା ଦେଥିଲା । ଏହାକୁ ନେଇ ଭିମରାଓ ଆମ୍ବେଦକର ଓ ବିଜେପି ଅନୁସୁଚିତ ଜାତି ଓ ଉପଜାତି ସଙ୍ଗଠନ ପକ୍ଷରୁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଥାନାରେ ଏତଲା ଦିଆଯାଇଥିଲା । ଏପରିକି ବିଡିଓ ମଧ୍ୟ ନିଜେ ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ତେବେ ଏହା ଉପରେ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରିରହିଥିବା ବେଳେ ବ୍ଲକ ପ୍ରଶାସନ ଓ ବ୍ଲକ ଅଧ୍ୟକ୍ଷକଙ୍କ ଦ୍ୱାରା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ହାତରୁ ଖସିପଡିଥିବା ପୁସ୍ତକକୁ ପୁନଃ ପ୍ରସ୍ତୁତ କରାଯାଇ ପ୍ରତିମୂର୍ତ୍ତିର ହାତରେ ରଖାଯାଇଥିଲା । ପ୍ରତିମୂର୍ତ୍ତିର ପୁନ୍ନ ପ୍ରତିଷ୍ଟା ସମୟରେ ବ୍ଲକ ବିଡିଓ ଜ୍ୟୋତିର୍ମୟ କର, ବ୍ଲକ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଅତିରିକ୍ତ ବିଡିଓଙ୍କ ସମେତ ବିଜେପି ଅନୁସୂିତ ଜତି ଓ ଉପଜାତି ସେଲର ସଦସ୍ୟ ନାରାୟଣ ମଲିକ, ବିନୋଦ ବିହାରୀ ମଲିକ, ଅନାମ ଚରଣ ମଲିକ, ଅନାମ ଚରଣ ମଲିକ, ତୋଫାନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।