ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

 ରାଜକନିକା: ରାଜକନିକା ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଚନ୍ଦନପୋଖରୀ ଛକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତି ଶାହାଙ୍କ କୁଶପୁତ୍ତଳିକା ଦାହ ଓ କନିକା ତହସିଲଦାରଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଦେଇଥିଲେ । ଡିସେମ୍ବର ୧୮ରେ ସଂସଦ ଭାବନରେ ଡ. ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ ଓ ଅସନମ୍ମାନିତ କରିଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚନ୍ଦନପୋଖରୀ ଛକରେ ଶତାଧିକ ବାବାସାହେବ ଆମ୍ବେଦକର ପ୍ରେମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରିବା ସହ ଚନ୍ଦନପୋଖରୀ ଛକରୁ ରାଲି କନିକା ତହସିଲଦାରଙ୍କୁ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଦେଇଥିଲେ । କାର୍ଯ୍ୟକ୍ରମରେ ରାଜକନିକା ଆମ୍ବେଦକର ବିଚାର ମଞ୍ଚ ସଭାପତି ତ୍ରୈଲୋକ୍ୟ ନାଥ ମଲ୍ଲିକ, ସାଧାରଣ ସମ୍ପାଦକ ଆଲୋକ ମଲ୍ଲିକ, ସମ୍ପାଦକ ଅମର ସେଠୀ, ସହସମ୍ପାଦକ ନିମାଇଁ ଚରଣ ମଲ୍ଲିକ, ଉପସଭାପତି ରଞ୍ଜନ ସେଠୀ, କେନ୍ଦ୍ରାପଡା ଜିଲ୍ଲା ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସମ୍ପାଦକ ଦଶରଥ ମଲ୍ଲିକ, ଉପଦେଷ୍ଟା ରମାକାନ୍ତ ମଲ୍ଲିକ, ଓକିଲ ଶରତ ମଲ୍ଲିକଙ୍କ ସମେତ ଶତାଧିକ ବାବାସାହେବ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ ।