‘ଆମ ଗାଁ ଇତିହାସ ବଡ଼ତ୍ରିବିଡ଼ା’ ଲୋକାର୍ପିତ
ତାଳଚେର : ତାଳଚେର ବ୍ଲକ ବଡ଼ତ୍ରିବିଡ଼ା ଗ୍ରାମର ପ୍ରାଚୀନ ଇତିହାସ, ପରମ୍ପରା, ଲୋକ ସଂସ୍କୃତି ଓ ସମଗ୍ର ଜନସଂଖ୍ୟାର ତାତ୍ତ୍ୱିକ ବିଶ୍ଳେଷଣକୁ ନେଇ ରଚିତ ପୁସ୍ତକ ‘ଆମ ଗାଁ ଇତିହାସ ବଡ଼ତ୍ରିବିଡ଼ା’ ଲୋକାର୍ପିତ ହୋଇଯାଇଛି । ଗ୍ରାମ ସଭାପତି ଛବିନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ବଡ଼ତ୍ରିବିଡ଼ା ସରପଞ୍ଚ ଶାନ୍ତନୁ କୁମାର ପ୍ରଧାନ, ଶିକ୍ଷାବିତ୍ ନାକଫୋଡ଼ି ବେହେରା, ଶିକ୍ଷକ ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ କରକମଳରେ ଶିକ୍ଷାବିତ୍ ନାକଫୋଡ଼ି ବେହେରାଙ୍କ ରଚିତ ‘ଆମ ଗାଁ ବଡ଼ତ୍ରିବିଡ଼ା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁସ୍ତକର ରଚୟିତା ନାକଫୋଡ଼ି ବେହେରା ଏଭଳି ଏକ ପୁସ୍ତକ ରଚନା କରିବାର ଆବଶ୍ୟକତା ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ଗ୍ରାମର କିମ୍ବଦନ୍ତୀ ଓ ବିଭିନ୍ନ ଐତିହାସିକ ଘଟଣାବଳୀର ମୂକସାକ୍ଷୀ ଥିବା ତଥା ପ୍ରାଚୀନ ପରମ୍ପରାରେ ସମୃଦ୍ଧ ବଡ଼ତ୍ରିବିଡ଼ା ଗ୍ରାମର ଇତିହାସକୁ ପ୍ରସ୍ତୁତ କରି ପୁସ୍ତକ ରୂପ ଦେଇଥିବାରୁ ଏହାର ରଚୟିତା ଶ୍ରୀ ବେହେରାଙ୍କୁ ଧନ୍ୟବାଦ ଦେଇଥିଲେ । ଗ୍ରାମର ବରିଷ୍ଠ ନାଗରିକ ଓ କଳାକାରମାନଙ୍କୁ ଅତିଥିମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିଙ୍କୁ ପ୍ରଧାନ, ବେଣୁଧର ଦାସ, ଶିକ୍ଷକ ଇନ୍ଦ୍ରମଣି ବେହେରା, କମାର ଡାକୁଆ, ଧନେଶ୍ୱର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।