ଆରଏମସି ପକ୍ଷରୁ ବିଶ୍ୱକର୍ମା ପୂଜା ଓ ଚାରା ରୋପଣ

 ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କୁଳିଆଠାରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଛି । ପୂର୍ବାହ୍ନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଯଥାରୀତି ପୂଜାର୍ଚ୍ଚନା ଓ ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ କରାଯାଇଥିଲା । କର୍ମଚାରୀ ସେକ ମହମ୍ମଦ ଇଦି୍ରସଙ୍କ ସଂଯୋଜନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆରଏମସି ସେକ୍ରେଟେରୀ ନିରଞ୍ଜନ ସାମଲ ଯୋଗଦେଇ ମାର୍କେଟ ପରିସରରେ  ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁଗ୍ମନ୍ତ ମହାପାତ୍ର, ଭଗବାନ ଦାସ, ଧୀରେନ୍ଦ୍ର ନନ୍ଦ, ବ୍ରଜମୋହନ ପଣ୍ଡା, ସଞ୍ଜୟ ପରିଡା, ଜୟଦେବ ବିଶ୍ୱାଳ, ସସ୍ମିତା ରାଉତ, ଜ୍ୟୋତିରଂଜନ ନାୟକ, ସଞ୍ଜୟ ଦାସ, ବିକାଶ ବେହେରା, ସୁବୋଧ ସାମଲ, ଦୁର୍ଗାଚରଣ ଜେନା, ବଳରାମ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ନିଜ ନିଜ ମାଆଙ୍କ ନାମରେ ଗୋଟିଏ ଲେଖାଏଁ ଗଛ ଲଗାଇ ତାହାକୁ ବଞ୍ଚାଇ ରଖିବା ପାଇଁ ଶପଥ ନେଇଥିଲେ ।