ଆରଭିସିଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଗ୍ରୁପ -ଏ ଚାମ୍ପିଅନ
ଆନନ୍ଦପୁର: ହାଟଡିହି ବ୍ଲକ ଅନ୍ତର୍ଗତ ସୋସୋ ମିନିଷ୍ଟାଡିୟମ ପରିସରରେ ରିଜୋନାଲ ଭଟେରାନ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତର ୩୦ ବର୍ଷରୁ ଊଦ୍ଧ୍ୱର୍ ଏବଂ ଅବସର ଗ୍ରହଣ କରିଥିବା ୪ଟି ଟିମ ଚଳିତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ତେବେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗ୍ରୁପ -ଏ ଟିମ ଗ୍ରୁପ -ଡି କୁ ୭ ୱିକେଟ ପରାସ୍ତ କରି ଚମ୍ପିୟାନ ହେବାର ଗୌରବ ଅର୍ଜନ କରିଥିଲେ । ସେହିପରି ଟିକନ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଚମ୍ପିୟାନ ଟିମକୁ ଅତିଥିମାନେ ପୁରସ୍କୃତ କରିଥିଲେ । ଆଜିର ଏହି ଉଦ୍ୟାପନୀ ମ୍ୟାଚରେ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ପଦ୍ମଲୋଚନ ସାହୁ, ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ସୋମନାଥ ଦାସ, ପ୍ରାକ୍ତନ ହାଟଡିହି ବ୍ଳକ ଅଧକ୍ଷ୍ୟ ପର୍ଶୁରାମ ପେଡା ଏବଂ ସମାଜସେବୀ ମନୋଜ କୁମାର ପାତ୍ର, ଶିକ୍ଷାବିତ ବୃନ୍ଦାବନ ରାଉତ, ପ୍ରାକ୍ତନ ବିଇଓ ସୁରଥ ସାହୁ, ରବୀନ୍ଦ୍ର କୁମାର ଦାସ, ଖେଳ ଶିକ୍ଷକ ନାରାୟଣ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଟୁର୍ଣ୍ଣାମେଣ୍ଟରେ ଅମ୍ପେୟାର ଭାବେ ଶାନ୍ତନୁ ରାଉତ, ବିଜୟ ଜେନା, ବୀରେନ୍ଦ୍ର ବେହେରା, ସାର୍ଥକ ବିଶ୍ୱାଳ ପ୍ରମୁଖ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ ।