ଆରମ୍ଭ ହେଲା କାକଟପୁର ବିଜେପିରେ ଅସନ୍ତୋଷ !
କାକଟପୁର : କଥାରେ ଅଛି ବର୍ଷା ଯୁଆଡେ଼, ଛତା ସେଇୟାଡେ । ଏହି ନ୍ୟାୟରେ ଏବେ କାକଟପୁର ନିର୍ବାଚନ ମଣ୍ଡଳୀ ଆଗ ଧାଡିର ବିଜେପି କର୍ମୀ । ଏଠି ବିଭିନ୍ନ ଦଳର ଭଡାଟିଆ ଅସାମାଜିକ ବ୍ୟକ୍ତିବିଶେଷ ଦଲାଲ ଠିକାଦାର ମାନେ ଆସି ବିଜେପି ଦଳର ତୁଙ୍ଗ ନେତା ସାଜିଥିବା ନେଇ ଅସନ୍ତୋଷ ବ୍ୟକ୍ତ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଇଶ୍ୱର ବେହେରା । ଗଣମାଧ୍ୟମକୁ ଲିଖିତ ଅଭିଯୋଗ କରି ଅନେକ ଅସନ୍ତୋଷ ବ୍ୟକ୍ତ ପ୍ରକାଶ କରିଥିବା ବେଳେ ଗତକାଲି ଅସ୍ତରଙ୍ଗରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରେଇ, କାକଟପୁର ମଙ୍ଗଳା କଲେଜ ପରିସରରେ ପ୍ରଭାତୀ ପରିଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମତିଥି ପାଳନ ଅବସରରେ ଏକ ପେଡ଼ ମା’କେ ନାମ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ ନକରିବାକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ମୁଁ ସାଂସଦୀୟ କ୍ଷେତ୍ରରୁ ଜାତୀୟ ପରିଷଦ ସଦସ୍ୟ ଅଛି । ଅସ୍ତରଙ୍ଗରେ ସାତ ଜଣଙ୍କୁ ମଞ୍ଚାତ୍ସୀନ ଅତିଥି ଥିବା ବେଳେ କାକଟପୁରରେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିବିଶେଷ ମାନେ ବିଭିନ୍ନ ଦଳର ଚାମଚା ମଞ୍ଚାତ୍ସୀନ ଅତିଥି ସାଜିବା କାକଟପୁର ବିଜେପି ପାଇଁ ଶୁଭଙ୍କର ନୁହେଁ । ଦଳ ମୋତେ ବିଶ୍ୱାସ କରି କାକଟପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ଚିହ୍ନରେ ଲଢ଼ିବା ପାଇଁ ସୁଯୋଗ ଦେଇଛି । କିନ୍ତୁ ଔଷଧ ବିକୁଥିବା ଲୋକ ଉଡ଼ି ଆସି କାକଟପୁର ନିର୍ବାଚନ ମଣ୍ଡଳୀ ରେ ପଶି ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି । ମୋତେ ଅସ୍ତରଙ୍ଗ ରେ ଦଳର ସାଂସଦ ବିଭୁ ତରେଇ, କାକଟପୁର ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆସିଥିଲେ ମଧ୍ୟ ନ ଖୋଜିବା ମୋ ପାଇଁ ଅଭାବନୀୟ ଅପମାନ ଆଉ କଣ ହୋଇଥାଇପାରେ ବେଲି ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।