ଆଳି କନିକା ଉନ୍ନୟନ ପରିଷଦର ବାର୍ଷିକୋତ୍ସବ

 ରାଜକନିକା: କଟକ ଓ ଭୁବନେଶ୍ୱରରେ ରହି ନିଜ ଅଞ୍ଚଳର ସାମୂହିକ ବିକାଶରେ ବ୍ରତୀ ରହୁଥିବା ଅନନ୍ୟ ସାମାଜିକ ସଂଗଠନ ଆଳି କନିକା ଉନ୍ନୟନ ପରିଷଦର ସପ୍ତମ ବାର୍ଷିକୋତ୍ସବ ପାଳନ କରାଯାଇଛି । କଟକ ଭୁଆଷୁଣି ନଦୀ ପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି କଟକର ମେୟର ସୁବାସ ସିଂ, ସମ୍ମାନିତଅତିଥି ସାହିତି୍ୟକ ହରେକୃଷ୍ଣ ବାରିକ, ସାମ୍ବାଦିକ ସୁକାନ୍ତ ଦାଶ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲିକ ଓ ସମାଜସେବୀ ନରୋତ୍ତମ ଦାସ ପ୍ରମୁଖ ପରିଷଦର କ୍ରମ ବର୍ଦ୍ଧମାନ ସାମାଜିକ ଉତ୍ତର ଦାୟିତ୍ୱର ପ୍ରଶଂସା କରିଥିଲେ । ସାମ୍ପ୍ରତିକ ସମୟରେ ସୃଷ୍ଟି ହେଉଥିବା ସାମାଜିକ ଆବଶ୍ୟକତାର ଦାୟିତ୍ୱ ବୋଧରେ ସମର୍ପିତ ହୋଇ କ୍ରମାଗତ ଭାବରେ ୭ମ ବାର୍ଷିକ ଉତ୍ସର୍ଗୀକୃତ ସେବା ଯୋଗାଇ ଚାଲୁଥିବା ପରିଷଦର ନିଜସ୍ୱ କାର୍ଯ୍ୟାଳୟ ପାଇଁ ଜମି ଯୋଗାଣ, ସଦସ୍ୟ ସଂଖ୍ୟା ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ପାଇଁ ଆଳି ଓ ରାଜକନିକା ବ୍ଲକ୍ର ଜନଗଣଙ୍କ ମଧ୍ୟରେ ଉତ୍ସାହ ଭରି ଥିବାରୁ ମେୟର ଏହାର ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ । ପରିଷଦ ସଭାପତି ନିରଞ୍ଜନ ଜେନାଙ୍କ ସଭା ପରିଚାଳନାରେ ଉପସଭାପତି ନନ୍ଦ କିଶୋର ଦାସଙ୍କ ସଂଯୋଜନାରେ ସମ୍ପାଦକ ପ୍ରକାଶ ରଞ୍ଜନ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ଚକ୍ରଧର ବେହେରା ବିଗତ ଦିନର ସମସ୍ତ ଉଦ୍ୟମର ପ୍ରେରଣା ନେଇ ଆଗାମୀ କାର୍ଯ୍ୟ ଖସଡ଼ା ନେଇ ପ୍ରସ୍ତାବ ଆଗତ କରିଥିଲେ । ପରିଷଦ ସମସ୍ତ ସକ୍ରିୟ ସଦସ୍ୟଙ୍କ ଅକ୍ଲାନ୍ତ ଉଦ୍ୟମ ସହ ସମସ୍ତ ସଦସ୍ୟଙ୍କ ଆଗ୍ରହ ଉକôଂଠାରେ ସମ୍ପାଦିତ ହୋଇଥିବା ଚଳିତ ବର୍ଷର ବାର୍ଷିକୋତ୍ସବରେ ତିନି ଜଣ ନୂତନ ସଦସ୍ୟଙ୍କ ଯୋଗଦାନ ବେଶ ଉତ୍ସାହ ଭରିଦେଇଛି ।