ଆଶାକର୍ମୀଙ୍କ ଶେଷ କୃତ୍ୟ ସମ୍ପନ୍ନ
ନୀଳଗିରି : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୀଳଗିରି ବ୍ଲକର ଲୋକପ୍ରିୟ ଆଶାକର୍ମୀ ସୁକାନ୍ତି ନାୟକଙ୍କ ମୃତୁ୍ୟ ଘଟିଛି । ଶନିବାର ତାଙ୍କ ମରଶରୀର ଭଉଁରିଆବାଡ ପଞ୍ଚାୟତ ଜଡ଼ିବାଲି ପହଞ୍ଚôବା ପରେ ଶେଷ ଦର୍ଶନ ପାଇଁ ନୀଳଗିରି ବ୍ଲକର ସମସ୍ତ ଆଶା କର୍ମୀ, ନୀଳଗିରି ଅଞ୍ଚଳର ବରିଷ୍ଠ ସମାଜସେବୀ ଗୌରୀଶଙ୍କର ପଣ୍ଡା, ନୀଳଗିରିର ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ନିଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ମଦନମୋହନ ମାଝୀ, ସ୍ଥାନୀୟ ସରପଞ୍ଚ ସଞ୍ଜୟ ସିଂ, ସ୍ଥାନୀୟ ସାହି ବାସିନ୍ଦା ତାଙ୍କ ଶେଷଦର୍ଶନ କରିବା ସହିତ ମରଶରୀରରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏପରି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ସେ ସମବେଦନା ଜଣାଇଥିଲେ । ପରେ ସମାଜସେବୀ ଗୌରୀଶଙ୍କର ପଣ୍ଡା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଏଭଳି ଦୁଃଖଦ ସମୟରେ ଧର୍ଯ୍ୟ ଧରିବାକୁ ସାନ୍ତ୍ୱନା ଦେବା ସହ ଶବସକôାର ପାଇଁ ଆର୍ଥôକ ସାହାଯ୍ୟ କରିଥିଲେ ।