ଘରେ କଳାକନା ବୁଲାଇଲେ ଲୁଟେରା


ାା ପ୍ରଭାନୁ୍ୟଜ୍ ।ା ଆନନ୍ଦପୁର, : ରାତି ପାହିଲେ ଝିଅ ବାହାଘର । ପରିବାର ଲୋକଙ୍କ ଖୁସି କହିଲେ ନସରେ । ହେଲେ ବାହାଘର ପୂର୍ବରୁ ଘରେ କଳାକନା ବୁଲେଇ ଦେଲେ ଲୁଟେରା । ଝିଅ ବାହାଘର ପାଇଁ ବାପା ମା କିଣିଥିଲେ ନଗଦ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଅଳଙ୍କାର । ଝିଅ ବାହାଘରର ମାତ୍ର ଦୁଇ ଦିନ ପୂର୍ବରୁ ଘର ଝରକାର ଗ୍ରିଲଭାଙ୍ଗି ସମସ୍ତ ଅଳଙ୍କାର ସହିତ ନଗଦ ଟଙ୍କା ଲୁଟିନେଲେ ଲୁଟେରା । ଏଭଳି ଘଟଣା  ହାଟଡିହି ବ୍ଳକ ଅନ୍ତର୍ଗତ ନନ୍ଦିପଦା ଥାନା ଅନ୍ତର୍ଗତ ହାଟଡିହି ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ ହାଟଡିହି ଗ୍ରାମର ଶହଦେବ ବୈଠଙ୍କ ପୁଅ ଯତୀନ୍ଦ୍ର ନିଜ ଝିଅ ବାହାଘର ପାଇଁ ଘର ଆଲମିରାରେ ସ୍ୱର୍ଣ୍ଣ ଅଳଙ୍କାର ସହିତ ନଗଦ ଟଙ୍କା ରଖିଥିଲେ । ତେବେ ସପରିବାର ଶୋଇଥିବାର ସୁଯୋଗ ନେଇ ଲୁଟେରା ବାଡ଼ିପଟ ଝରକାକୁ ଭାଙ୍ଗିଘର ମଧ୍ୟରେ ପ୍ରବେଶ କରି ଆଲମିରା ଭାଙ୍ଗି ସ୍ୱର୍ଣ ଅଳଙ୍କାର ସହିତ ନଗଦ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଜିତେନ୍ଦ୍ର ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।