ଆଶାକର୍ମୀ ସଂଘ ପକ୍ଷରୁ ଦାବିପତ୍ର
କେନ୍ଦ୍ରାପଡା: ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡା ଶାଖା ତରଫରୁ ମହାମହିମ ରାଷ୍ଟ୍ର୍ରପତିଙ୍କ ଉଦେ୍ଦଶ୍ୟରେ ଏକ ୯ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଂପାଦିକା କାନ୍ତିପ୍ରଭା ନାୟକଙ୍କ ନେତୃତ୍ୱରେ ପ୍ରଶାନ୍ତି ଦେବତା, ସଂଯୁକ୍ତା ସାହୁ, ନରହରି ସ୍ୱାଇଁ, ଭଜକିଶୋର ପ୍ରଧାନ, ବରିଷ୍ଠ ଆଇନଜୀବି ରମଣୀ ରଂଜନ ରାଉତରୟଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କୁ ଆଶାକର୍ମୀ ମାନଙ୍କୁ ୪ଟି ଶ୍ରମକାର୍ଡ କୁ ବାତିଲ କରାଯିବା, ଅଣ ସଂଗଠିତ ଶ୍ରମିକ, ଆଶାକର୍ମୀ, ପାଚିକା, ଅଙ୍ଗନୱାଡି, କୃଷକ ସାଥୀଙ୍କୁ ସର୍ବନିମ୍ନ ୨୬ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରିବା । ରାଷ୍ଟ୍ରାୟତ ଶିଳ୍ପର ଘରୋଇକରଣ ବନ୍ଦ କରାଯିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଉ । ଆମ ଜିଲ୍ଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତଷ୍ଠା ଆଦି ଦାବି ରହିଛି । ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲିକଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ବିଜୟଲକ୍ଷ୍ମୀ ନାଥଶର୍ମା, ସ୍ୱର୍ଣ୍ଣମଞ୍ଜରୀ ସାହୁ, ସୁବର୍ଣ୍ଣ ସାହୁ, ରେଣୁବାଳା ସେଣ ପ୍ରମୁଖ ଉପସ୍ଥିତ ଥିଲେ ।