ଆଶାର ଅଯୋଧ୍ୟା' ନାଟକ ପୁସ୍ତକ ଉନ୍ମୋଚିତ
ଭଣ୍ଡାରିପୋଖରୀ : ନାଟକ ସମାଜକୁ ସଚେତନତାର ବାର୍ତ୍ତା ପ୍ରଦାନ କରିବାରେ ବଳିଷ୍ଠ ମାଧ୍ୟମ । ହସ, ଲୁହ ଭିତରେ କଥାବସ୍ତୁ ମନ ଭିତରେ ଛାପ ସୃଷ୍ଟି କରି ପ୍ରଭାବିତ କରୁଥିବାରୁ ନାଟ୍ୟ ରଚନା ସାହିତ୍ୟରେ ଏକ ବିଶେଷ ଦିଗ ବୋଲି ନାଟ୍ୟକାର ମନୋଜ କୁମାର ରାଉତରାୟଙ୍କ ରଚିତ ନାଟକ ପୁସ୍ତକ ‘ଆଶାର ଅଯୋଧ୍ୟା' ଉନ୍ମୋଚନ ଉସôବରେ ମତବ୍ୟକ୍ତ କରାଯାଇଛି । ରବିବାର ଦିନ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦା ବିଦ୍ୟାମନ୍ଦିର ପରିସରରେ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ ଉସôବକୁ ଉକôଳ ସମ୍ମିଳନୀର ସଭାପତି ଆଇନଜୀବୀ ଅନନ୍ତ ପ୍ରସାଦ ଜେନା ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପାରାଦ୍ୱୀପ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରମୋହନ ମିଶ୍ର, ମୁଖ୍ୟବକ୍ତା ଭାବେ ନାଟ୍ୟକାର ଅରୁଣ ବାରିକ, ସମ୍ମାନିତ ଅତିଥି ଓ ବକ୍ତା ଭାବରେ ଡ଼ଃ ପୁରୁଷୋତ୍ତମ ଧଳ, କବି ଚକ୍ରଧର ପଣ୍ଡା, ଅଧ୍ୟାପକ ଅନାଦି ଚରଣ ସାହୁ, ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ରୋଟାରିଆନ ଅଜିତ କୁମାର ଦାସ, ଶାରଦା ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ନାଟ୍ୟକାର ମନୋଜ କୁମାର ରାଉତରାୟ ଯୋଗଦେଇ ନାଟକର ବିଷୟ ବସ୍ତୁ ସମ୍ପର୍କରେ ଆଲୋଚନା କରିବା ସହ କଟକର ‘ସରସ୍ୱତୀ ପ୍ରକାଶନ' ଦ୍ୱାରା ପ୍ରକାଶିତ ଏହି ନାଟକ ପୁସ୍ତକର ପାଠକୀୟ ଆଦୃତି ହେବ ବୋଲି ଆଶା ପ୍ରକାଶ କରିଥିଲେ । ସାହିତ୍ୟ ସଂସଦର ସମ୍ପାଦକ ପବନ କୁମାର ନାୟକ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ସଞ୍ଜୟ କୁମାର ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସାହିତ୍ୟପ୍ରେମୀ ଓ ସଂସଦର ସଦସ୍ୟ ସଦସ୍ୟାମାନେ ଯୋଗଦେଇଥିଲେ ।