ଆହତଙ୍କ ଘରୁ ବିସ୍ଫୋରକ ଜବତ

 ଯାଜପୁର : ବୈରୀ ଥାନା ଅନ୍ତଗର୍ତ ଛତିଆ ବସ୍ଷ୍ଟାଣ୍ଡରେ ଘଟିଥିବା ବିଷ୍ପୋରଣ ଘଟଣାରେ ପୁଲିସ ତଦନ୍ତଜାରୀ ରଖିଛି । ତଦନ୍ତ ବେଳେ ବିଷ୍ପୋରଣରେ ଗୁୁରୁତର ହୋଇ ମେଡ଼ିକାଲରେ ଚିକିସôିତ ହେଉଥିବା ଖଇରାହାଟ ମୁଣ୍ଡାସାହିର ନେପାଳି ପୁର୍ତି (୪୦) ଘରୁ ପୁଲିସ ବହୁ ପରିମାଣର ବିଷ୍ପୋରକ ଜବତ କରିଛି । ବିଷ୍ପୋରକରେ ଜିଲୋଟିନ, ଡ଼ିଟୋନେଟ ଏବଂ ଅନ୍ୟାନ୍ୟ ସାମଗ୍ରି ଜବଦ ହୋଇଥିବା ଥାନା ଅଧିକାରୀଣି ଅଂଶୁବାଳା ଦାସ ସୂଚନା ଦେଇଛନ୍ତି । ବିଷ୍ପୋରକ ମାଛ ମାରିବା ପାଇଁ ବ୍ୟବହାର କରିବାକୁ ମୃତକ ଏବଂ ଗୁରୁତର ନେଇ ଯାଉଥିବା  ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଗୁରୁତର କଥା କହିବା ଅବସ୍ଥାରେ ନଥିବାରୁ ତାର ବୟାନକୁ ଅପେକ୍ଷା କରାଯାଇଛି । ଗୁରୁତର ପାଟି କ୍ଷତାକ୍ତ ହୋଇଥିବାରୁ ଡ଼ାକ୍ତରଙ୍କ ପକ୍ଷରୁ ପଚରା ଉଚରା ପାଇଁ ବାରଣ କରାଯାଇଛି । ତଥାପି ବିଷ୍ପୋରଣ ଘଟିବା ଏବଂ ଦୁଇଜଣଙ୍କ ମୃତୁ୍ୟ ଘଟିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ହଜମ କରିପାରୁ ନାହାନ୍ତି । ପ୍ରକାଶ ଥାଉକି ଗତକାଲି ବଡ଼ଚଣା ଥାନା ଅଧିନସ୍ଥ  ରାମ ପିଙ୍ଗୁଆ (୩୯) ଓ ଚଣ୍ଡିତଳ ଗ୍ରାମରେ ରହୁଥିବା ମଂଟୁ ପାତ୍ର (୪୧) ନେପାଳି ପୁର୍ତି ଏକ ପଲସରରେ ଆସି ଛତିଆ ଜାତୀୟ ରାଜପଥ ବସଷ୍ଟାଣ୍ଡ କଡ଼ରେ ଥିବା ଏକ ଦେଶୀ ମଦଦୋକାନ ମଦ ପିଇ ଯାଉଥିବା ସମୟରେ ହଠାତ୍ ବିଷ୍ଫୋରଣ ହୋଇଥିଲା । ବିଷ୍ପୋରଣ ଏତେ ଭୟଙ୍କର ଥିଲା ଯେ ମୃତ ଦ୍ୱୟଙ୍କ ବିଭିନ୍ନ ଅଙ୍ଗ ଛିନଛତ୍ର ହୋଇ ଏଣେ ତେଣେ ପଡ଼ିଥିଲା ।