ଇସ୍ପାତ ଖଣିରେ ଏମ୍ଭିଆଇ ଚଢ଼ାଉ; ୪ ହାଇୱା ଜବତ 


ାା ପ୍ରଭାନୁ୍ୟଜ ।ା କାଳିଆପାଣି: କାଳିଆପାଣି ଥାନା ଅନ୍ତର୍ଗତ ବାଲେଶ୍ୱର ଆଲୱେଜ୍ କାଳିଆପାଣି ଇସ୍ପାତ କ୍ରୋମାଇଟ ଖଣିରେ  ଆଞ୍ଚଳିକ ପରିବହନ ଚଣ୍ଡିଖୋଲ ଅଧିକାରୀ ଚଢ଼ାଉ କରି ୪ଟି ହାଇୱା ଜବତ କରିଛନ୍ତି । ଗାଡି ଗୁଡ଼ିକ ଆଜିକୁ ୫ବର୍ଷ ହେବ ବିନା ଟ୍ୟାକ୍ସ, ଇନ୍ସୁରାନ୍ସ ଫିଟନେସରେ ଖଣି ଖନନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଖଗେଶ୍ୱର ମୁର୍ମୁ ଓ ବିଭାଗୀୟ ନିରୀକ୍ଷକ ଯୋଗଳ କିଶୋର ତିରିଆ ଖଣିରେ ପହଞ୍ଚି ଯାନବାହନ ଯାଞ୍ଚ କରିଥିଲେ । ଖଣି ଖନନ କାର୍ଯ୍ୟରେ ନିୟୋଜିତ ଥିବା ୪ଟି ହାଇୱାର ବୈଧତା ମୂଳକ କାଗଜ ନଥିବା ବେଳେ ଗାଡି ଗୁଡ଼ିକ ଜବତ କରି କାଳିଆପାଣି ଥାନା ଅଧିକାରୀଙ୍କୁ ସୂଚନା ଦିଆ ଯାଇଛି । ଥାନା ଅଧିକାରୀ ରଞ୍ଜନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଜବତ ହୋଇଥିବା ଗାଡି ଗୁଡ଼ିକ ଥାନାକୁ ଅଣା ଯାଇଛି । ଏଠି ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ କି ଖଣି ଖନନ କାର୍ଯ୍ୟରେ ବର୍ଷବର୍ଷ ଧରି କାଗଜ ପତ୍ର ନଥାଇ ଗାଡି କିପରି ଭାବରେ ଚାଲୁଥିଲା । କାର୍ଯ୍ୟ ଚାଲୁ ରହିଥିବା ସମୟରେ ଯଦି କିଛି ଅଘଟଣ ଘଟିଥାନ୍ତା ତେବେ ଦାୟୀ ହୋଇଥାନ୍ତା କିଏ?