ଉକ୍ରର୍ଷ ନିମାପଡା ସମ୍ମାନରେ ସମ୍ମାନୀତ ହେଲେ ଜିତୁ 

ଗୋପ : ଚଳିତ ବର୍ଷ ନିମାପଡାରେ ଆୟୋଜିତ ଉକ୍ରର୍ଷ ନିମାପଡା ୨୦୨୫ରେ  ଜିତୁ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗୋପ ଅଞ୍ଚଳର ଜିତୁ ସେଲୁନ ନାମରେ ସେ ପରିଚତ । ପହରା ପଞ୍ଚାୟତର ହେଲାରୀ ଗ୍ରାମର ରୋହିତ ବାରିକଙ୍କ ବଡ ପୁଅ ଜିତୁ ବାରିକ ।  ସେ ଏକ ସେଲୁନ କରି, ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ୪ଜଣଙ୍କୁ କର୍ମାକ୍ଷେତ୍ର ନିଯୁକ୍ତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ଉକ୍ରୃଷ୍ଟ କାର୍ଯ୍ୟଦକ୍ଷତା, ଦୃଢ଼ ପ୍ରତିବନ୍ଧତା ଓ ଉଦ୍ୟମଶୀଳ ଚେଷ୍ଟା ପାଇଁ ଉକ୍ରର୍ଷ ନିମାପଡା କମିଟି ପକ୍ଷରୁ ତାଙ୍କୁ ଏହି  ସମ୍ମାନ ସହ ପୁରସ୍କୃତ କରାଯାଉଛି । ରାଜ୍ୟପାଳ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ । ଉତ୍ସବରେ ଜଗତସିଂହପୁର ସାଂସଦ ଏବଂ ବିଧାୟକ ଉପସ୍ଥିତଥିଲେ । ଉକ୍ରର୍ଷ ନିମାପଡା କମିଟି ଜିତୁଙ୍କୁ ଚୟନ କରିଥିବାରୁ ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତ  ଧନ୍ୟବାଦ ଜ୍ଞାପନ କରିଛନ୍ତି ।