ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା : ନ୍ୟାୟ ପାଇଁ ଧାରଣାରେ ଦଳିତ ପରିବାର
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମ ପଞ୍ଚାୟତର ବଗପାଟିଆର ୪୦ଟି ଅନୁସୂଚିତ ପରିବାରଙ୍କୁ ଘରଡିହ ନମିଳିବାରୁ ଉଚ୍ଚ ନ୍ୟାୟାଳୟର ଅଶ୍ରୟ ନେଇଥିଲେ । ତେବେ ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଦଶ ଦେବା ସତ୍ୱେ ଜିଲ୍ଲା ପ୍ରଶାସନ ଏହି ୪୦ଟି ପରିବାରକୁୁ ଦୀର୍ଘ ବର୍ଷ ହେଲା ଜମି ପଟ୍ଟା ମିଳୁନାହିଁ । ଯାହା ଫଳରେ ଆଜି ପର୍ଯ୍ୟନ୍ତ ଏହି ପରିବାର ଜିଲ୍ଲାପଳ, ଉପ ଜିଲ୍ଲପାଳ, ରାଜନଗର ତହସିଲଦାର, ବିଡିଓ, ରାଜ୍ୟ ସରକାର, ଶାସନ ସଚିବଙ୍କୁ ଏ ବିଷୟରେ ଜଣାଇ ଅବଗତ କରାଇଥିଲେ । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ବଗପାଟିଆର ଏହି ୪୦ ଦଳିତ ପରିବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପିଲା ଛୁଆଙ୍କୁ ଧରି ଆମରଣ ଅନଶନରେ ବସି ରହିଛନ୍ତି । ତେବେ ଏ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ନିଲୁ ମହାପାତ୍ରଙ୍କୁ ପଚାରିବାରୁ ମାମଲା ବିଚାରଧୀନ ଥିବାରୁ ଏଥିରେ ହସ୍ତକ୍ଷେପ କରିହେବ ନାହିଁ ବୋଲି ପ୍ରକାଶ କରିଛନ୍ତିି । ବଗପାଟିଆ ଦଳିତ ଅନୁସୂଚିତ ସମାଜ ସଂଗଠନର ସଭାନେତ୍ରୀ ସସ୍ମିତା ମଲିକ ଓ ଥଇଥାନ ପୁନଃବଶତି ମଞ୍ଚ ସାତଭାୟା ଗ୍ରାମ ପଞ୍ଚାୟତର ଆବାହକ ଡ଼ଃ ଧରଣୀଧର ରାଉତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ପ୍ରକାଶ କରିଛନ୍ତିି ।