ଉଠାଦୋକାନୀ ମହାସଂଘ ପକ୍ଷରୁ ପ୍ରତିବାଦ ସଭା

 କଟକ : ସହରର ସିଡ଼ିଏ ସେକ୍ଟର ୬, ସେକ୍ଟର ୯, ବାଦାମବାଡ଼ି, ରାଣୀହାଟ, ପ୍ରେସଛକ, ମଧୁପାଟଣା ଛକ, ଦୋଳମୁୁଣ୍ଡାଇ ଓ ମେଡ଼ିକାଲ ରୋଡ଼ ଆଦି ସ୍ଥାନରୁ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପ୍ରତିବାଦରେ କଟକ ଉଠାଦୋକାନୀ ମହାସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ପୁରୀଘାଟ ଠାରୁ ବାହାରି କଟକ ମହାନଗର ନିଗମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ମହାସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ମହାସଂଘର ସଭାପତି ଅମରେନ୍ଦୁ ମହାନ୍ତି, ମହେଶ୍ୱର ବଳ, ଅକ୍ଷୟ ସାହୁ, ନିତ୍ୟାନନ୍ଦ ନାୟକ, ବାସନ୍ତି ସ୍ୱାଇଁ, ଛବିନ୍ଦ୍ର ଖୁଣ୍ଟିଆ, ନେନା ଦେହୁରି, ଉଦୟ ବର୍ମା, ରମେଶ ନାୟକ, ଜଗନ୍ନାଥ ସାହୁ, ନରୋତ୍ତମ ଦାସ, ନିରଞ୍ଜନ ସାହୁ, ରନôାକର ସାହୁ, ରବିନ୍ଦ୍ର ସାହୁ, ସନ୍ତୋଷ ପାଣି ଓ ଶାନ୍ତିଲତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ତୁରନ୍ତ ୨୦୧୫ ମସିହା ଉଠାଦୋକାନୀ ଆଇନ ଅନୁଯାୟୀ ଭେଣ୍ଡିଂଯୋନ ଯୋଗାଇ ଦେବାକୁ ମହାସଂଘ ପକ୍ଷରୁ ଏକ ଦାବିପତ୍ର ସିଏମସି କମିଶନରଙ୍କୁ ପ୍ରଦାନ କରାଯାଇଥିଲା ।