ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
ନବରଙ୍ଗପୁର : ସ୍ଥାନୀୟ ସର୍କିଟ ହାଉସ ସ୍ଥିତ ସମ୍ମିଳନୀ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ନିଜସ୍ୱ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ସହ ରାସ୍ତା ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ । ଉପମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଗସ୍ତ ପୂର୍ବକ ସହର ନିକଟସ୍ଥ ହୀର୍ଲିଡଙ୍ଗରୀ ପର୍ଯ୍ୟଟନ ସ୍ଥଳୀକୁ ପରିଦର୍ଶନ ସହ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କୁ ଏବଂ ମନ୍ଦିର ପରିସରରେ ମା’ ପେନଡ୍ରାଣିଙ୍କୁ ପୂଜାର୍ଚ୍ଚନା କରିଥିଲେ । ଆଜି ସମୀକ୍ଷା ବୈଠକରେ ଲୋକସଭା ସାଂସଦ ବଳଭଦ୍ର ମାଝି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ.ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଯୋଗ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ପୋଷଣ ଅଭିଯାନ ଉପରେ ଗୁରୁତ୍ୱ ଦେଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟ ବିଭାଗ ସମ୍ୟନ୍ୱୟରେ ଶୀଘ୍ର ଗୋଟିଏ କୁପୋଷଣ ମୁକ୍ତ ବ୍ଲକ୍ ଗଠନ ପୂର୍ବକ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାରେ ସୁଭଦ୍ରା ଯୋଜନାରେ ହିତାଧିକାରୀ ଅନ୍ତର୍ଭୁକ୍ତ ସଫଳତା ହାର ୧୦୦ ପ୍ରତିଶତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ, ପାନୀୟ ଜଳ, ବିଦୁ୍ୟତ୍ ସୁବ୍ୟବସ୍ଥା, ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରର ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ, ଅସମ୍ପୂର୍ଣ୍ଣ କେନ୍ଦ୍ରର ବର୍ଷ ୟାରି ତାଲିକା ଓ ନୂଆ ଅଙ୍ଗନବାଡି କେନ୍ଦ୍ର ପ୍ରସ୍ତାବ ତାଲିକା ଦେବା ପାଇଁ ଡିଏସଡବ୍ଲୁ୍ୟଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେଭଳି ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ବହୁଳ ପ୍ରଚାର ପ୍ରସାର କରିବା ସହ ପ୍ରତିରୋଧକ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ସହରରେ ମିଶନ ଶକ୍ତି ଭବନ ଓ ମିଶନ ଶକ୍ତି ବଜାରର ନିର୍ମାଣ କାର୍ଯ୍ୟ ଉପରେ ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ବିଭାଗଙ୍କୁ ପଚାରିଥିଲେ । ସେହିପରି ଜିଲ୍ଲାରେ ଖରିଫ୍ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ, ମଣ୍ଡିର ସୁବ୍ୟବସ୍ଥା, ଧାନ ସଂଗ୍ରହଣ ଉପରେ ସିଏସ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ଡି ପିଏମ, ଓଏଲଏମ, ଡିପିସି, ମିଶନ ଶକ୍ତି, ୧୦ଟି ବ୍ଲକର ସିଡିପିଓ, ୱାନ ଷ୍ଟପ ସେଣ୍ଟରର ଆଇନ ପରାମର୍ଶଦାତା, ସିଡବ୍ଲୁସି ଅଧ୍ୟକ୍ଷ, ଡିପିସି, ମମତା ଏବଂ ଅନ୍ୟଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।