ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ସମ୍ମିଳନୀ
ଜଟଣୀ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ମର୍ଯ୍ୟାଦା ସମ୍ବନ୍ଧରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ୨୦୨୫ ଉପରେ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟ ଦ୍ୱାରା ସମର୍ଥିତ ଏହି ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ବିକାଶ ଅଂଶୀଦାର ଏବଂ ସାମାଜିକ ଉଦ୍ଭାବକମାନେ ପାଇଁ ଏକାଠି ହୋଇଥିଲେ ଏବଂ ଭାରତରେ ଋତୁସ୍ରାବ ସମସ୍ୟାର ନବସୃଜନ, ଅନ୍ତର୍ଭୁକ୍ତି ଏବଂ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।ଏହି କାର୍ଯ୍ୟକ୍ରମଟି "ପ୍ରୋଜେକ୍ଟ ପିରିୟଡ୍: ପରିମଳ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ଏବଂ ପରିବେଶ ପଦକ୍ଷେପ ଅଧୀନରେ ଆଇଆଇଟି ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋମିତା ପାର୍କ ଦ୍ୱାରା ୟୁନିସେଫ୍, ସୌଖ୍ୟମ୍ ଫାଉଣ୍ଡେସନ, ଆକ୍ସନ୍ ଲ୍ୟାବ୍ ୨୦୫୦ ଫାଉଣ୍ଡେସନ ଏବଂ ଓଡ଼ିଶା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଆଲାଏନ୍ସର ସହଯୋଗରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ । ସ୍କୁଲ ଏବଂ କଲେଜ ପଢୁଥିବା ଝିଅମାନଙ୍କ ମଧ୍ୟରେ ପୁନଃବ୍ୟବହାରଯୋଗ୍ୟ ଋତୁସ୍ରାବ ଉତ୍ପାଦର ବ୍ୟବହାରକୁ ପ୍ରୋସôାହିତ କରିବା ପାଇଁ ଏକ ପ୍ରୟାସ, ପ୍ରୋଜେକ୍ଟ କେୟାର (କ୍ୟାମ୍ପସ୍ ଆକ୍ସନ୍ ଫର୍ ରିୟୁଜେବଲ୍ ଏସେନ୍ସିଆଲ୍ସ), ଏହି ଅବସରରେ ଅନୁନ୍ନତ ସମ୍ପ୍ରଦାୟର ମହିଳାମାନଙ୍କୁ ପରିବେଶ ଅନୁକୂଳ ପୁନଃବ୍ୟବହାରଯୋଗ୍ୟ ଋତୁସ୍ରାବ ପ୍ୟାଡ୍ ବଣ୍ଟନ ସହିତ ଆରମ୍ଭ କରାଯାଇଥିଲା ।