ଏଆଇଏମ୍ଏସ୍ଏସ୍ ପକ୍ଷରୁ ଦାବିପତ୍ର

ଯାଜପୁର ଟାଉନ : ଯାଜପୁର ଉପକଣ୍ଠରେ ଘଟିଯାଇଥିବା ଜନୈକା ମହିଳାଙ୍କ ହାତ ମୁହଁ ବାନ୍ଧି ତାଙ୍କୁ ଅସଦାଚରଣ କରିଥିବା ବିରୁଦ୍ଧରେ ଏଆଇଏମ୍ଏସ୍ଏସ୍ ଜିଲା ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଘଟଣା ଘଟିବାର ୬ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ପୁଲିସ ଗିରଫ କରିବାରେ ବିଫଳ ହେବା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଅସାମାଜିକ ଘଟଣା ଘଟିବାର ମୂଳ କାରଣ ମଦ, ମାଦକ ଦ୍ରବ୍ୟର ପ୍ରସାର ଏବଂ ଅଶ୍ଳୀଳତାକୁ ସରକାର ପ୍ରୋତ୍ସାହନ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଯାଜପୁର ଜିଲ୍ଲା ସଙ୍ଗଠନ ପକ୍ଷରୁ ଜିଲ୍ଲା ସମ୍ପାଦିକା ତରଙ୍ଗିଣୀ ଦାସଙ୍କ ନେତୃତ୍ୱରେ ସହ-ସମ୍ପାଦିକା ମଧୁମିତା ସାହୁ, ଆଇନଜୀବୀ ସଙ୍ଘମିତ୍ରା ପଟ୍ଟନାୟକ, ରାଜଶ୍ରୀ ମହାନ୍ତି, ଲିଲି ମହାନ୍ତ, ମାଧବୀ ମଲିକ, ଶର୍ମିଷ୍ଠା ସେଠୀ, ବନଲତା ବାରିକ, ମମତା ସେଠୀ, ବାସନ୍ତୀ ସାହୁ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରି ବକ୍ତବ୍ୟ ରଖିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡଦେବା, ଶାରିରୀକ ଓ ମାନସିକ ଭାବରେ କ୍ଷତିଗ୍ରସ୍ତ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ଦେବା, ମଦ, ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ ଓ ଅଶ୍ଳୀଳତା ଅପ ସଂସ୍କୃତିର ପ୍ରସାରକୁ ବନ୍ଦ କରିବା, ନାରୀ ଓ ଶିଶୁମାନଙ୍କୁ ନିରାପତା ଯୋଗାଇଦେବା ପାଇଁ ଦୃଢ଼ ଦାବି କରିଥିଲେ ।