ଏଆଇ କ୍ୟାମେରାରେ ଧରାପଡିଲେ ୪ ଶିକାରୀ


 କପ୍ତିପଦା : ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ । ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ । ଆଉ ତାହାକୁ ଆଧାର କରି ୪ ଶିକାରୀଙ୍କୁ ଉଠାଇ ଆଣିଲା ଏସଟିଆରଏଫ୍ । ପୋଡାଡିହା ରେଞ୍ଜ ଭଞ୍ଜବସା ସେକ୍ସନରେ ୪ ଜଣ ଶିକାରୀ ଜଙ୍ଗଲ ଭିତରକୁ ଶିକାର ନିମନ୍ତେ ଯାଇଥିବା ବେଳେ ଏଆଇ କ୍ୟାମେରାରେ ଧରା ପଡ଼ିଥିଲେ । ଯାହାର ସୂଚନା ମିଳିବା ପରେ ଏସଟିଆରଏଫ୍ ଭଞ୍ଜବସା ଡ଼ଙ୍ଗାଡିହା ଅଞ୍ଚଳରେ ଚଢ଼ାଉ କରି ଘରୁ ୪ଜଣ ଶିକାରୀଙ୍କୁ ଉଠାଇ ଆଣିଥିଲା । ଗିରଫ ଶିକାରୀଙ୍କ ନିକଟରୁ ୩ ଗୋଟି ଦେଶୀ ବନ୍ଧୁକ ସମେତ ଧନୁତୀର ଜବତ କରିଛି । ଗିରଫ ଶିକାରୀ ହେଲେ ଡ଼ଙ୍ଗାଡାହୀ ଗ୍ରାମର ରନ୍ଧା ଆଳଦା,ମଦନ ବରୀ,ସାନବାଇକ ବାନାରା ଓ ବଜୟ ସିଙ୍କୁ । ଗିରଫ ଶିକାରୀମାନେ ଶିମିଳିପାଳ ଭିତରୁ ବହୁ ସମୟରେ କୁଟାରୀ, ଗୁରାଣ୍ଡି, ବାର୍ହା ଶିକାର କରନ୍ତି ବୋଲି ମାନିଛନ୍ତି ।