ଏନ୍ପିଏସ୍ ଶିକ୍ଷକ ସଂଘ ନିର୍ବାଚନ : ମନୋରଞ୍ଜନ ସଭାପତି, ମୁକ୍ତେଶ୍ୱର ସମ୍ପାଦକ

 ସିଂହପୁର: ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ସ୍ଥିତ ବରୁଣେଶ୍ୱର ବିଦ୍ୟାଳୟରେ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀକୁ ନେଇ ଏନ୍ପିଏସ୍ ଶିକ୍ଷକ ସଂଘ ବୈଠକ ଓ ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱ ରେ ନୂତନ କର୍ମକର୍ତା ଚୟନ ସଂପର୍କରେ ଆଲୋଚନା କରଯାଇଥିଲା । ସମ୍ପାଦକ ବୈଦ୍ୟନାଥ ପରିଡ଼ା, ଆଡଭାଇଜର ଅନିରୁଦ୍ଧ ରାଉଳ ସଂଘୀୟ ନୀତି ନିର୍ଦ୍ଧାରଣ ଉପରେ ଆଲୋକପାତ କରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ ଓ ସମର୍ଥନ କ୍ରମେ ସଭାପତି ଭାବେ ମନୋରଞ୍ଜନ ଧଳ, ସମ୍ପାଦକ ଭାବେ ମୁକ୍ତେଶ୍ୱର ଜେନା, ଉପସଭାପତି ମହମୋଦ ଓକିଲ, ସହସମ୍ପାଦକ ଅକ୍ଷୟ ସେଠି, କୋଷାଧ୍ୟକ୍ଷ ପ୍ରଭାତ ସାହୁଙ୍କୁ ମନୋନୀତ କରଯାଇଥିଲା । ଉପଦେଷ୍ଟା ମଣ୍ଡଳୀରେ ଅନିରୁଦ୍ଧ ରାଉଳ, କ୍ଷୀରୋଦ ଚନ୍ଦ୍ର ମଲ୍ଲିକ, ବୈଦ୍ୟନାଥ ପରିଡ଼ା ଓ ସଙ୍ଗଠନ ସମ୍ପାଦକ ସୋମେନ୍ଦ୍ର କୁମାର ସାମଲକୁ ସର୍ବସମ୍ମତି କ୍ରମେ ସ୍ଥାନିତ କରଯାଇଥିଲା । ବିକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।