କେଜେ ଇସ୍ପାତରୁ ଚୋରି; ୩ ଗିରଫ
ଯଖପୁରା : ଶିଳ୍ପାଞ୍ଚଳ ରେ ରାତି ହେଲେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଯାହା ସ୍ଥାନୀୟ ଯଖପୁରା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜୁଛି । କେଜେ ଇସ୍ପାତ କାରଖାନାର ମୁଖ୍ୟ ବସନ୍ତ କୁମାର ପଣ୍ଡାଙ୍କ ଅଭିଯୋଗ କ୍ରମେ ଯଖପୁରା ଗ୍ରାମର ଦିଲ୍ଲୀପ କୁମାର ମଲ୍ଲିକ(୩୫),ଗଙ୍ଗା ମଲ୍ଲିକ(୨୫),ପରମେଶ୍ୱର ମଲ୍ଲିକ(୩୫)ଙ୍କୁ କାରଖାନାରୁ ଚୋରି ଅଭିଯୋଗରେ ଯଖପୁରା ପୁଲିସ ଗିରଫ କରିଛି । କେଜେ କାରଖାନାରୁ ସେମାନେ କିଛି ସିଲିଣ୍ଡର, ଭାଲବ୍ ଓ ଲୁହା ପ୍ଲେଟ ଚୋରି କରିଥିବାର ଜଣା ପଡ଼ିଛି । ସେମାନଙ୍କ ଠାରୁ ମଧ୍ୟ ଚୋରି ସାମଗ୍ରୀ ପୋଲିସ ଉଦ୍ଧାର କରିଛି । ପୁଲିସ କେସ ନମ୍ବର ୯୨/୨୫ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରି କରାଯାଇଛି ।