ଏସ୍ଏନ୍ କଲେଜରେ ଆଲୋଚନାଚକ୍ର 

 ରାଜକନିକା: ଶୈଳେନ୍ଦ୍ର ନାରାୟଣ କଲେଜ ବାଣିଜ୍ୟ ବିଭାଗ ପକ୍ଷରୁ "ବ୍ୟବସାୟୀ କରଣରେ ସାମାଜିକ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର କଲେଜ ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ସଭାପତିରେ ଅନୁଷ୍ଠିତ ହୋଇଯାଇଛି,ବିଭାଗୀୟ ମୁଖ୍ୟ ପ୍ରଫେସର ସଞ୍ଜୟ କୁମାର ମହାନ୍ତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟ ଡିନ୍ ମୁଖ୍ୟ ପ୍ରଫେସର ଡ. ଜୟନ୍ତ ପରିଡା ଯୋଗଦେଇ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ଅନ୍ୟତମ ବିଭାଗୀୟ ପ୍ରଫେସର ଡ. ମିର୍ଜା ଇବ୍ରାହିମ ବେଗ ସ୍ୱାଗତ ଭାଷଣ ରଖିଥିବା ବେଳେ, ଅଧ୍ୟାପକ ମନୋରଞ୍ଜନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା ପ୍ରଯୁକ୍ତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।