ଏ ଲଢ଼େଇ କୋରେଇ ମାଟିର ସ୍ୱାଭିମାନ ଥିଲା; ଆକାଶ 


 କୁଆଖିଆ,: ଏ ଲଢ଼େଇ କୋରେଇ ମାଟିର ସ୍ୱାଭିମାନ ଓ ଧର୍ମ ଯୁଦ୍ଧ ଥିଲା ବୋଲି କୋରେଇ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଏକ ସମ୍ବର୍ଦ୍ଧନା ସଭା ଅବସରରେ ମତବ୍ୟକ୍ତ କରିଛନ୍ତି । 
ରସୁଲପୁର ବ୍ଲକ ବଡ଼ କଇଞ୍ଚି ପଞ୍ଚାୟତ ହିଙ୍ଗୁଳା ପଡିଆରେରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହିତ ରାଜନୈତିକ ମତଭେଦ ଦୂରରେ ରହି ସମସ୍ତ ଅବହେଳିତ, ଦୁଃଖି ଲୋକ ମାନଙ୍କର ଯେଉଁ ସବୁ ସମସ୍ୟା ରହିଛି ତାର ସମାଧାନ କରିବା ପାଇଁ ମତ ଦେଇଥିଲେ । ଏଥିସହିତ ପଚାପ୍ସୟତ ରେ ଥିବା ଅସମ୍ପୂର୍ଣ୍ଣ ରାସ୍ତା, ଘର ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର କାର୍ଯ୍ୟ ସମ୍ପୂର୍ଣ୍ଣ କରି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଢି ତୋଳିବା ନେଇ ସେ ସଙ୍କଳ୍ପ ବଦ୍ଧ ବୋଲି କହିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଶୀଭୂଷଣ ସାହୁଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ପରିବେଶବିତ୍ ଗୋପୀନାଥ ପତି, ସମାଜସେବୀ ପ୍ରହଲ୍ଲାଦ ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ପଞ୍ଚାୟତ ସଭାପତି ଶରତଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ମିଶ୍ର, ବେଣୁଧର ସାହୁ, ପୂର୍ବତନ ସମିତି ସଭ୍ୟ ସୋମ୍ୟରଞନ ଦିବେଦୀ, ଆଲୋକ କୁମାର ସାହୁ, ଉଦୟନାଥ ପାଣି, ଅଜୟ କୁମାର ମଲ୍ଲିକ ଯୋଗଦେଇ ବିଧାୟକ ଶ୍ରୀଯୁକ୍ତ ନାୟକଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଚଳିତ ନିର୍ବାଚନରେ ଗୋଷ୍ଠୀଗତ ଆକ୍ରୋଶର ଶୀକାର ହେଇଥିବା ଆଦିବାସୀ ମହିଳା ଉର୍ମିଳା ମାଝୀଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ମଧୁବନ ଅପ୍ସଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱଲଫେୟାର୍ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ନିମନ୍ତେ ଚାରା ପ୍ରଦାନ କରିଥିଲେ । ଏଥିରେ କାଳନ୍ଦି ଚରଣ କଣ୍ଠ, ପଦ୍ମଲୋଚନ ନାୟକ, ଦିଲ୍ଲୀପ କୁମ