ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବ୍ଲକ୍ ଓ ସବ୍ଡିଭିଜନ୍ରେ କାର୍ଯ୍ୟରତ ଓଏଏସ୍ ବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଜ କାର୍ଯ୍ୟସ୍ଥଳୀକୁ ଅନ୍ୟତ୍ର ବଦଳି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଚିଠି ସଂଖ୍ୟା ୧୯୭୨୭/୧୯.୭.୨୦୨୫ ଅନୁଯାୟୀ ଓଏଏସ୍ ଅଧିକାରୀ (ବିଡିଓ)ମାନଙ୍କୁ ବଦଳି କରାଯାଇଛି । ଏହି କ୍ରମରେ ମ.ରାମପୁର ବ୍ଲକ୍ରେ କାର୍ଯ୍ୟରତ ବିଡିଓ ସବ୍ୟସାଚୀ ବେହେରାଙ୍କୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶରତ କୁମାର ସେଠୀଙ୍କୁ ହରଭଙ୍ଗାରୁ କଳାହାଣ୍ଡି ଜିଲ୍ଲା ସ୍ଥିତ ମ. ରାମପୁର, ବିଜୟ କୁମାର ପ୍ରଧାନଙ୍କୁ ବେଲଗୁଣ୍ଠାରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍, ନାରାୟଣ ଦିକ୍ଷିତ୍ଙ୍କୁ ଟିକାବାଲିରୁ ପୁରୀ ଜିଲ୍ଲା କାକଟପୁର ବ୍ଲକ୍, ବିଷ୍ଣୁ ଗୋବିନ୍ଦଙ୍କୁ କାକଟପୁରରୁ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍କୁ, ସିଦେ୍ଧଶ୍ୱର ନାୟକଙ୍କୁ ବାରକୋଟରୁ କୋରାପୁଟ ଜିଲ୍ଲା ଦଶମନ୍ତପୁରକୁ, ବଂଶୀଧର ଖୋସଲାଙ୍କୁ ବିଜାତୋଳାରୁ କେନ୍ଦୁଝର ଜିଲ୍ଲା ସାହାରପଡ଼ା, ରଞ୍ଜିତ କୁମାର ମହାନ୍ତଙ୍କୁ ସାହାରପଡ଼ାରୁ ମୟୂରଭଞ୍ଜ ଜିଲ୍ଲା ବିଜାତଳାକୁ, ସାଗର କୁମାର ନନ୍ଦଙ୍କୁ ଗଣିଆରୁ ଜଗତସିଂହପୁର ବାଲିକୁଦା ବ୍ଲକ୍କୁ, ବିକାଶ କୁମାର ମହାନ୍ତିଙ୍କୁ ବାଲିକୁଦାରୁ ଖୋର୍ଦ୍ଧା ବାଣପୁର ବ୍ଲକ୍କୁ ବଦଳି କରାଯାଇଛି । ସେହିପରି ନାକଟିଦେଉଳ ବିଡିଓ କ୍ଷମାନିଧି ଭୁଏଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ପୁନଃଅବସ୍ଥାପିତ କରାଯାଇଛି ।