ଓକିଲଙ୍କ ନାମରେ ଅସଦାଚରଣ ଅଭିଯୋଗ

ଜଟଣୀ: ଜଟଣୀ ଥାନା ଅଂଚଳରେ ଘଟିଯାଇଛି ଏକ ଲଜ୍ୟା ଜନକ ଘଟଣା  । ଆଇନୀଜୀବୀଙ୍କ ଦ୍ୱାରା ନ୍ୟାୟ ପାଇବା ପାଇଁ ଆସିଥିବା ଜଣେ ୨୯ ବର୍ଷିୟା ଯୁବତୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି  । ବିଜୟ ସ୍ୱାଇଁ ନାମକ ଓକିଲ ଜଣକ ପୀଡିତାଙ୍କୁ କେଶ୍  ସମାଧାନ କରିବାକୁ କହି ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁର ବଜାରସ୍ଥ ତାଙ୍କ ଘରକୁ ଡାକିଥିଲେ  । ଯୁବତୀଙ୍କୁ ଘରକୁ ଡାକି ଯୁବତୀଙ୍କ ଗୋପନୀୟ ଅଙ୍ଗକୁ ସ୍ପର୍ଶ କରିବା ସହିତ ତାଙ୍କ ଉପରେ ବଳ ପ୍ରୟୋଗ କରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିବା ପୀଡିତା ଯୁବତୀ ଜଣଙ୍କ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ପୀଡିତା ଯୁବତୀ ଜଣଙ୍କ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବାସୁଦେବପୁରର ଅଂଚଳର ହୋଇଥିଲା ବେଳେ ନିଜ ସମ୍ପର୍କୀଙ୍କ ସହିତ ଜଟଣୀ ନାଇଜର ନିକଟ ଏକ ହୋଟେଲରେ ରହୁଥିଲେ  । ହୋଟେଲରେ ରହିବା ସମୟରେ ପୀଡ଼ିତାଙ୍କ ମନି ପର୍ସରେ ଥିବା ୭ ହଜାର ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଯାଇଥିଲା  । ଚୋରି ଘଟଣାରେ ନ୍ୟାୟ ପାଇବା ପାଇଁ ପୀଡିତା ଯୁବତୀ ଜଣଙ୍କ ଓକିଲଙ୍କ ଘରକୁ ପାଞ୍ଚ ଦିନ ପୂର୍ବେ ଯାଇଥିଲେ  । ପୀଡିତାଙ୍କୁ ସବୁ ପ୍ରକାର ଆଇଗତ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶୃତି ଦେଇ ପୀଡ଼ିତାଙ୍କ ମନରେ ବିଶ୍ୱାସ ଜାଗ୍ରତ କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ୍ୟ କରିଥିଲେ ଓକିଲ ବୋଲି ପୀଡିତା ଅଭିଯୋଗ କରିଛନ୍ତି  ।