ଓଡିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ
ଭଦ୍ରକ: ଆଜି ସକାଳ ୧୦ଘଟିକା ସମୟରେ ଓଡିଆ ପକ୍ଷ ପାଳନ ଅବସରରେ ସଂସ୍କୃତି ଭବନ ରେ "ଆସ ବହି ଟିଏ କିଣିବା’ ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରୁ ଆସି ଯୋଗ ଦେଇଥିଲେ । ଉଦ୍ଘାଟକ ଜିଲ୍ଲାପାଳ ଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି ଡ. ସତ୍ୟଜିତ୍ ନାୟକ ରହିଥିଲେ । ଏହା ବାଦ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର କାର୍ତ୍ତିକ ମଣ୍ଡଳ, ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ସିର୍କା, ବିଇଓ ଚକ୍ରଧର ମଲ୍ଲିକ, ସମାଜ ସେବି ଡ. ପ୍ରଦୀପ ନାୟକ ଓ ମୁଖ୍ୟ ବକ୍ତା ଡକ୍ଟର ଦତ୍ତାତ୍ରେୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଟିକୁ ରୁପକ୍ ରାୟ ସଞ୍ଚାଳନ କରିଥିଲେ । ବର୍ତ୍ତମାନ ସମୟରେ ପୁସ୍ତକ କିଣିବା ଓ ପଢ଼ିବାର ମହତ୍ତ୍ୱ ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ପ୍ରଥମରେ ଏକ ବହି ଷ୍ଟଲ ସଂସ୍କୃତି ଭବନରେ ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ତାଙ୍କର ଅଭିଭାଷଣରେ ଆଜି ଯେଉଁ ମାନେ ମହାନ୍ ବ୍ୟକ୍ତିତ୍ୱ ହୋଇଛନ୍ତି ସେମାନେ ପୁସ୍ତକକୁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ । ପିଲା ମାନଙ୍କୁ ନିଜର ପାଠ୍ୟ ପୁସ୍ତକ ସହିତ କବିତା, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, ମହାପୁରୁଷଙ୍କର ଜୀବନୀ ଇତ୍ୟାଦିକୁ ପଢିବାକୁ ଉପଦେଶ ଦେଇଥିଲେ ।
ଚମ୍ପୁଆ: ଆଜି ଚମ୍ପୁଆ ଡିଏମଏଫ ପାଠାଗାରଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲାପାଳ ଉମାକାନ୍ତ ପରିଡା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପରିଷଦର ସମ୍ପାଦକ ଭକ୍ତବନ୍ଧୁ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ,ଏନ.ଏ.ସି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ଉପାଧ୍ୟକ୍ଷା ସୁମିତ୍ରା ବେହେରା ପ୍ରମୁଖ ଯୋଗଦେଇ ପୁସ୍ତକର