ଓଡିଶାରେ ପ୍ରଥମ : ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ କୌଶଳ ଭିତ୍ତିରେ କଙ୍କଡ଼ା ଚାଷ

 ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକରେ କିଛି ଯୁବ ମତ୍ସ୍ୟଜୀବୀ ନିଜସ୍ୱ  ଆଗ୍ରହ ଉଦ୍ୟମରେ କଙ୍କଡା ଚାଷ କରୁଛନ୍ତି । ଆଳୁପାଟଣା ଗାଁର ଯୁବ ମସô୍ୟ କଙ୍କଡାÿ ଚାଷୀ ତାନସେନ ଦୂରଦର୍ଶୀ ବେହେରା ଏକ ଉଦାହରଣ ସମସ୍ତଙ୍କ ପାଇଁ । ଚିଲିକା କଙ୍କଡାର ସ୍ୱାଦ ଓ ଚାହିଦା ମୁତାବକ ବିଦେଶରେ ଏହାର ବିକ୍ରିର ରାସ୍ତା ରହିଛି । ତାନସେନ ଯୁକ୍ତ ଦୁଇ ସାରିବା ପରେ କମ୍ପୁ୍ୟଟର ଓ ହାର୍ଡଓୟାର ରିପାରିଙ୍ଗ କାମ କରୁଥିଲେ । ଆଇଟିଆଇ ପଢି ସାରିବା ପରେ ଯେ ହେତୁ ସେ ମସô୍୍ୟଜୀବୀ ସଂପ୍ରଦାୟର ଥିଲେ ଏ ସବୁ କାମରେ ସେ ସନ୍ତୁଷ୍ଟ ନ ଥିଲେ । ସେ ଚିଲିକାରୁ ସଂଗୃହୀତ କଙ୍କଡା ଜାଆଁଳକୁ ୪୦୦ରୁ୫୦୦ ଫୁଟ ବିଶିଷ୍ଟ ଥିବା ଯାଗାରେ କଙ୍କଡା ଛାଡି ଦିଅନ୍ତି । ଚିଲିକାରୁ ମିଳୁଥିବା କଙ୍କଡା ସାଧାରଣତ ପରମସିଆ ଧରଣର ହୋଇଥିବା ବେଳେ ଦୁଇ ପ୍ରଜାତିର ଗ୍ରୀନ ଓ ରେଡ । ବିଶେଷ କରି ଅଗଷ୍ଟରୁ ନଭେମ୍ବର ଗ୍ରୀନ କଙ୍କଡାର ଜାଆଁଳ, ଡିସେମ୍ବରରୁ ଜୁଲାଇ ରେଡ ଜାଆଁଳ ଚିଲିକାରୁ ମିଳିଥାଏ । ଏଗୁଡିକୁ ଖାଢୀ ମାଧ୍ୟମରେ ଧରାଯାଇଥାଏ । ଉକ୍ତ ପାଣି ସଂଗୃହୀତ ଯାଗାରେ ଛାଡିଦେବା ୬ରୁ ୭ମାସ ପରେ ଧରାଯାଏ ।  ଯାହାର ଓଜନ ୮୦୦ ଗ୍ରାମ ରୁ ୧୨୦୦ ଗ୍ରାମ ହୋଇଥାଏ । କିନ୍ତୁ ଏ ପଦ୍ଧତି ରେ ବର୍ଷା ଦିନେ ଅସୁବିଧା, ପବନର ଭୟ, ହେତୁ ସେମିତି ଗ୍ୟାରେଣ୍ଟି ନଥାଏ । ତେଣୁ ଲାଭ  ଜନକ, ବ୍ୟବସାୟରେ ପରିଣତ କରିବା ପାଇଁ ତାନସେନ ଏକ କୌଶଳ ଭିତିକ, ବୈଜ୍ଞାନିକ ଭିତ୍ତିରେ କଙ୍କଡା ଚାଷ  କରିବାକୁ ମନସ୍ଥ  କରି ନିଜ ଗ୍ରାମ ନିକଟସ୍ଥ ଚିଲିକା ପାଖରେ ଅଧ ଏକର ଯାଗାଟିଏ ନେଇ ତାକୁ ଖୋଳି ୪ ଫୁଟ ଉଚତା ୫ଫୁଟ ସବୁବେଳେ ଯେ ଭଳି ପାଣି ଫୁଲ ରହିବାର ବ୍ୟବସ୍ଥାର କରାଇଲେ । ପୋଟାସିୟମ ପରମାନେଣ୍ଟ ଦିଆଯାଇ ଜାଆଁଳ କଙ୍କଡା (୬୦,୭୦,ଗ୍ରାମ ର କଙ୍କଡା ଏକ ମାସର ସଂଗୃହିତ ଜାଆଁଳ)ଉକ୍ତ ପୋଖରୀରେ ଛଡାଯିବର ପରେ ବିକ୍ରୀ ଉପଯୋଗୀ ହେବା ପରେ ବିକ୍ରି ହୋଇଥାଏ । ଏଗୁଡିକୁ ଚୀନ, ବାଂଲାଦେଶ, ରପ୍ତାନୀ କରାଯାଏ ।