ରାଜକନିକା କପ୍: ସେମିରେ ସ୍ପୋର୍ଟ୍ସ ହଷ୍ଟେଲ ଓ ସମ୍ବଲପୁର
ାା ପ୍ରଭାନୁ୍ୟଜ୍ ।ା ରାଜକନିକା: ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୪୩ ତମ ରାଜକନିକା କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଖେଳରେ ସ୍ପୋର୍ଟ୍ସ ହଷ୍ଟେଲ କଟକ ମଙ୍ଗଳା କ୍ଲବକୁ ଭେଟିଥିଲା । ଏଥିରେ ସ୍ପୋର୍ଟ୍ସ ହଷ୍ଟେଲ କଟକ ୫-୩ ଟ୍ରାଇବ୍ରେକର ଗୋଲରେ ବିଜୟ ଲାଭ କରି ତୃତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ମହାବୀର ଶିକ୍ଷାନୁଷ୍ଠାନ ସମୁହର ଚେୟାରମ୍ୟାନ ଡ଼. ଗନ୍ଧର୍ବ ନାୟକ ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ଶେଖର ଚନ୍ଦ୍ର ବାରିକ ଏବଂ ଏସ୍. ଏନ୍. କଲେଜର ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତ ପ୍ରମୁଖ ଯୋଗଦେଇ ବିଜେତା ଦଳର ଶଶିକାନ୍ତ ହେମ୍ରମଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ ସମ୍ବଲପୁର ଫୁଟବଲ ଏକାଡେମୀ ସମ୍ବଲପୁର ଗଣ୍ଡରପୁର ଫୁଟବଲ ଏକାଡେମୀ ଭୁବନେଶ୍ୱରକୁ ୪-୨ ଟ୍ରାଇବ୍ରେକର ଗୋଲରେ ବିଜୟ ଲାଭ କରି ଚତୁର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟ ବାର କାଉନସିଲର ଚେୟାରମ୍ୟାନ ତଥା ହାଇକୋର୍ଟ ଓକିଲ ସଂଘର ସଭାପତି ଧରଣୀଧର ନାୟକ, ସମ୍ମାନିତ ଅତିଥି ଭାବେ ଓଏଏସ ସଂଘର ପ୍ରାକ୍ତନ ସଭାପତି ବଂଶୀଧର ରାଉତ, ଶିଳ୍ପପତି ନବରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଫୁଟବଲ ଖେଳାଳୀ ପ୍ରଫୁଲ୍ଲ ମିଶ୍ର ଓ ବିଳାସ ବେହେରା, ଏସବିଆଇ ରାଜକନିକା ଶାଖା ପରିଚାଳକ ସୂର୍ଯ୍ୟ ନାରାୟଣ ବେହେରା ଏବଂ ସାମାଜିକ କର୍ମୀ କୈଳାସ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ବିଜେତା ଦଳର ଗୋଲକିପର ଅମୀର ହୁସେନଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଦୋଳ ଗୋବିନ୍ଦ ନାୟକ, ଉପସଭାପତି ବୈକୁଣ୍ଠ ନାଥ ପରିଡ଼ା, ସଞ୍ଜୟ ଚନ୍ଦ୍ର ଦାସ ଓ କପିଳେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଯୁଗ୍ମ ସମ୍ପାଦକ ଇଂ. ପ୍ରଶାନ୍ତ ବିଶ୍ୱାଳ, ଡ଼. ଫକୀର ଚନ୍ଦ୍ର ପ୍ରଧାନ ଓ ପ୍ରାଣବନ୍ଧୁ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ମିଡ଼ିଆ ସେଲ ସମ୍ପାଦକ ଅଜୟ ରାଉତ, ଉପଦେଷ୍ଟା ସଦସ୍ୟ ବିସିକେଶନ ଦାସ ଓ ଆଦିକନ୍ଦ ଦାସ ଏବଂ ଅକ୍ଷୟ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।