ଓଡିଶା ବିଦୁ୍ୟତ କର୍ମଚାରୀ ସଂଘ ତରଫରୁ ଧାରଣା
କେନ୍ଦ୍ରାପଡା : ଓଡିଶା ବିଦୁ୍ୟତ କର୍ମଚାରୀ ସଂଘ (ଓଏସଇବି) କେନ୍ଦ୍ରାପଡା ଶାଖା ତରଫରୁ ଏକ ୯ ଦଫା ଦାବିନେଇ ବିଦୁ୍ୟତ୍ କାର୍ଯ୍ୟାଳୟ ପରିସରରେ ଶତାଧିକ କର୍ମଚାରୀ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ଭାରତୀୟ ମଜଦୁର ସଂଘ ସଭାପତି ଶାନ୍ତନୁ ମଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ କର୍ମଚାରୀ ମାନଙ୍କୁ ଟିପିସିଓଡିଏଲ୍ ବେନିୟମ ଭାବରେ ଛଟେଇକୁ ବନ୍ଦ କରିବା, ସମସ୍ତ ଏଫସିସିରେ ଶ୍ରମ ଆଇନ ଅନୁଯାଇ ୮ଘଣ୍ଟିଆ ଡୁ୍ୟଟି ବ୍ୟବସ୍ଥା କରିବା, କର୍ମଚାରୀ ମନଙ୍କୁ ନିୟମ ପାଳନ କରି ସୁରକ୍ଷା ଉପକରଣ ପ୍ରଦାନ କରିବା, ସମସ୍ତ କ୍ୟାମ୍ପକୁ ଆବଶ୍ୟକୀୟ ସୁରକ୍ଷା ଉପକରଣ ପ୍ରଦାନ କରିବା, ନିଯୁକ୍ତି ପତ୍ରରେ ୧୧ କେଭି ଓ ୪୪୦ ଭୋଲଟ୍ କାର୍ଯ୍ୟାଦେଶ ମିଳିଥିବା ବେଳେ ବର୍ତ୍ତମାନ କାର୍ଯ୍ୟାଦେଶ ଅନୁସାରେ ୩୩ କେଭି କାର୍ଯ୍ୟରେ ନିୟୋଜିତ କରାଯାଉଛି । ଆବଶ୍ୟକ ଲାଇସେନ୍ସ ନଥିବା କର୍ମଚାରୀଙ୍କ ପାଇଁ ଉକ୍ତ କାର୍ଯ୍ୟରେ ବିନିଯୋଗ ବନ୍ଦ କରିବା ଆଦି ୯ଦଫା ଦାବି ଗୁଡିକ ରହିଛି । ଏହି ଧାରଣାରେ କର୍ମଚାରୀ ସଂଘର ଜିଲ୍ଲା ସଭାପତି ମନୋରଂଜନ ପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରମୋଦ ସାମନ୍ତରାୟ, ସାଧାରଣ ସଂପାଦକ ଗଗନ ବିହାରୀ ଲେଙ୍କା, ସହ ସଂପାଦକ ଶାନ୍ତନୁ ମଲିକ,ସର୍କଲ ସଂପାଦକ ଏସକେ ସିରାଜୁଦ୍ଦିନ, ଡିଭିଜନ ସଂପାଦକ ଦୈତାରୀ ଜେନାଙ୍କ ସମେତ ଶତାଧିକ କର୍ମଚାରୀ ଧାରଣାରେ ବସିଛନ୍ତି ।