ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଶୁଣାଣି ଶିବିର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସର୍କିଟ ହାଉସଠାରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଏକ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା କଳ୍ପନା ମଲ୍ଲିକ, ରେଜିଷ୍ଟ୍ରର ସୁଶୀଲ ରୟ, କାଉସିଲର ବନ୍ଦନା ମହାନ୍ତି ଏବଂ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଯୋଗଦେଇ ଶୁଣାଣି ଶିବିରରେ ସହାୟତା କରିଥିଲେ । ୪୧ ଟି ମାମଲାର ଶୁଣାଣି ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ, ସେଥିରୁ ୨୩ ଟିର ଶୁଣାଣି ହୋଇଥିଲା ।  ଏଥିରୁ ୬ଟି ମାମଲାର ଆପୋଷ ସମାଧାନ ହୋଇଥିବା ବେଳେ, ୫ଟି ମାମଲାର ତଦନ୍ତ ନିମନ୍ତେ ପୁଲିସ ପ୍ରଶାସନକୁ ପଠାଇଦିଆଯାଇଛି । ସେହିପରି ଅନ୍ୟ ୨ଟିକୁ ଶିଶୁ ସୁରକ୍ଷା ଅଧିକାରୀ ନିକଟକୁ ଘରୋଇ ହିଂସା ଆଇନରେ କେସ କରିବାକୁ  ନିଦେ୍ର୍ଦଶ ଦିଆଯାଇଛି । ଗୋଟିଏ  କେସ୍ ଜିଲ୍ଲା ଆଇନ ସେବା ପ୍ରଦ୍ଧିକରଣଙ୍କ ନିକଟକୁ ପଠାଯାଇଛି । ଅବଶିଷ୍ଟ ୯ଟି ମାମଲାର ପୁନର୍ବାର ଶୁଣାଣି ନିମନ୍ତେ ନୋଟିସ ପ୍ରେରଣ କରିବାକୁ ଆଦେଶ ଦିଆଯାଇଛି । ଶିବିରରେ ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧକାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ରାଜକନିକା ପେଗରପଡା ପଂଚାୟତ ଦଳିତ ମହିଳା ଥାନା ଅଧିକାରୀଙ୍କ ଅଶାଳନ ବ୍ୟବହାର ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଏସ୍ପିଙ୍କୁ ରିପୋର୍ଟ ମାଗିବା ସହ ଧାରଣାରତ ମହିଳାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।