ଓଲଟିଲା ବାଲି ବୋଝେଇ ହାଇୱା : ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସହକର୍ମୀ
ରାଜକନିକା: ରାଜକନିକା ବ୍ଲକ ଅଶୋକବଜାର-ଓଳାଭର ରାସ୍ତାର ଭାରତ ପେଟ୍ରୋଲ ପମ୍ପ୍ କିଛି ଦୂରରେ ଥିବା ପଦ୍ମ ପୋଖରୀ ନିକଟରେ ବୋଝେଇ ହାଇୱା ଓଲଟି ଅଳ୍ପକେ ବର୍ତ୍ତିଠନ୍ତି ଚାଳକ ଓ ସହକର୍ମୀ । ଓଳାଭର ପଟୁ ଆସୁଥିବା ବାଲି ବୋଝେଇ ହାଇୱା ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଥିଲା । ଗାଡ଼ିରେ ଥିବା ଚାଳକ ଓ ସହକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଏହି ବାଲି ବୋଝେଇ ହାଇୱା କେଉଁଠୁ ବାଲି ଆଣୁଥିଲା ଓ ତାର ସରକାରୀ ମଞ୍ଜୁରୀ ଅଛିକି ନାହିଁ ତାହାର ତଦନ୍ତ ହେବା ଆବଶ୍ୟକ । ପ୍ରକାଶ ଥାଉ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତ୍ୟକ ଦିନ ସହ ସହ ଟ୍ରିପ ବାଲି ଚାଲାଣ ଅନ୍ୟ ଜିଲ୍ଲାକୁ ହେଉଥିବା ବେଳେ, ଏନେଇ ରାଜରାସ୍ତା ମରଣଜନ୍ତା ପାଲଟିଛି । ଗତକାଲି କେନ୍ଦ୍ରାପଡା ତିନି ମୁହାଣୀ ଛକରେ ବାଲି ବୋଝେଇ ହାଇୱା ମାଡ଼ିଯିବ ଫଳରେ ଜଣେ ମହିଳାଙ୍କର ମୃତୁ୍ୟ ଘଟିଥିଲା ତେବେ ପ୍ରଶାସନିକ ଅଙ୍କୁଶ ଓ ଚଢ଼ଉ ନହେବାରୁ ପ୍ରତ୍ୟକ ଦିନ କେନ୍ଦ୍ରାପଡାରୁ ସହ ସହ ଟ୍ରିପ ବାଲି ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଛି । ଏହି ହାଇୱା ଚାଳକଙ୍କ ବେଖାତିର ଗାଡି ଚାଳନା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି ।