ଓଲଟିଲା ବୋଲବମ୍ ଟ୍ରାକ୍ଟର; ୫ ଆହତ

 କୁଆଖିଆ : ଏକ ଟ୍ରାକ୍ଟର ଗାଡି ବୋଲବମ୍ ଭକ୍ତଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇରେ ରାସ୍ତାରେ ଭାରସାମ୍ୟ ହରାଇ ଏକ ଗାଡିଆ ଭିତରକୁ ପସିଯିବା ଫଳରେ ଭକ୍ତ ମାନେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳ୧୧ଟା ସମୟରେ ଅର୍ଥଗାଁ ଅଂଚଳର ୯୦ଜଣ କାଉଡିଆ ୩ଟି ଟ୍ରାକ୍ଟର ଯୋଗେ ଗୋକର୍ଣ୍ଣେଶ୍ୱର ଶିବ ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଗୋଟିଏ ଗାଡି ଭାରସାମ୍ୟ ହରାଇ କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ଠାରୁ ହରିପୁରକୁ ସଂଯୋଗ କରୁଥିବା କରଜଙ୍ଗା ରାସ୍ତା ସ୍ଥିତ ଏକ ଗଢ଼ିଆକୁ ପସି ଯାଇଥିଲା । ଖବର ପାଇ କୁଆଖିଆ ପୁଲିସ୍ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ଟ୍ରାକ୍ଟର ଡ୍ରାଇଭରର ବେପରୁଆ ଗାଡି ଚାଳନା ପାଇଁ ଏପରି ଘଟିଥିବା ସ୍ଥାନୀୟ ଜନସାଧାରଣ ଆଲୋଚନା ହେଉଥିବା ବେଳେ ସୁରକ୍ଷିତ ଗାଡି ବଦଳରେ ଏକ ଟ୍ରାକ୍ଟର ଗାଡ଼ିରେ କିପରି ଏତେ ସଂଖ୍ୟକ ଭକ୍ତ ବୋଲବମ୍ ଯାଉଥିଲେ ଏହି ଘଟଣାକୁ ଉକ୍ତ ଅଂଚଳର ବୁଦ୍ଧିଜୀବୀ ଦୃଢ଼ ନିନ୍ଦା କରିଛନ୍ତି ।