ଓଳାଭର କପ୍ କ୍ରିକେଟ ସେମିରେ ବରୁଣା
ରାଜକନିକା: ଓଳାଭର ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ କାଳୀ ପଡିଆରେ ଚାଲିଥିବା ୨୪ତମ ଓଳାଭର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନ ଖେଳ ଅନୁଷ୍ଠିତ ହୋଇଛି । ଏଥିରେ ବାସନ୍ତି କ୍ଲବ୍ ବରୁଣା ଅନ୍ନପୂର୍ଣ୍ଣା କ୍ଲବ୍ ହାଟସାହିକୁ ୧୦ରନରେ ହରାଇ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ମୁଖ୍ୟଅତିଥି ଭାବେ ସମାଜସେବୀ ଶ୍ରୀଧର ଦାସ, ସମ୍ମାନିତଅତିଥି ଓଳାଭର ଯୁବକ ସଙ୍ଘର ପ୍ରାକ୍ତନ ସମ୍ପାଦକ ସୁଧୀର ପଲାଇ ଓ କ୍ରୀଡ଼ାବିତ୍ ବିଦ୍ୟାଧର ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଆସୋସିଏସନ ସଭାପତି ଅରୁଣ ବାରିକ, ପ୍ରାକ୍ତନ ସମ୍ପାଦକ ଅକ୍ଷୟ ନାଥ, ସମ୍ପାଦକ ପ୍ରୟାଗ ନାୟକ, ସହ ସମ୍ପାଦକ ସତ୍ୟ ପ୍ରକାଶ ଜଗତି, ସଞ୍ଜୟ ପୃଷ୍ଟି, ରାଖାଲ ଦେ, ସେକ ହାସୀମ, ମାନସ ନାୟକ, ସୁବ୍ରତ ସାହୁ ଓ ସୁମନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉମାକାନ୍ତ ସେଠୀ ପରିଚାଳନା କରିଥିଲେ ।