ଓସିଏସ ପ୍ରିଲିମିନାରୀରେ ୨୪୦୫ ସଫଳ
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆଜି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପ୍ରିଲିମିନାରୀ ପରୀକ୍ଷା-୨୦୨୪ ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ୨,୪୦୫ ଜଣ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏମାନଙ୍କ ମଧ୍ୟରେ ୭୮୧ ଜଣ ମହିଳା ପ୍ରାର୍ଥୀ ଥିବା କମିଶନ ତାଙ୍କ ବିଜ୍ଞପ୍ତିରେ କହିଛନ୍ତି । ଓସିଏସ୍ ପ୍ରିଳିମିନାରୀ ପରୀକ୍ଷା ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଆୟୋଗ ଆହୁରି ସୂଚନା ଦେଇଛି ଯେ ଓସିଏସ୍ ମୁଖ୍ୟ (ଲିଖିତ) ପରୀକ୍ଷା-୨୦୨୬ ଜାନୁଆରି ଶେଷ ସପ୍ତାହ କିମ୍ବା ଫେବୃଆରି ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । ଏନେଇ ବିସ୍ତୃତ କାର୍ଯ୍ୟକ୍ରମ ବିଷୟରେ ଯଥାସମ୍ଭବ ସୂଚିତ କରାଯିବ ।
ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା କମିଶନର ସରକାରୀ ୱେବସାଇଟ http://opsc.gov.inରେ ପ୍ରକାଶିତ ହୋଇଛି । ଓପିଏସସି ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ସମ୍ବନ୍ଧୀୟ ଅପଡେଟ୍ ଏବଂ ଅଧିକ ନିର୍ଦ୍ଦେଶାବଳୀ ପାଇଁ ନିୟମିତ ଭାବରେ ଏହାର ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛି । ଓପିଏସସି ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ପରିଚାଳନା କରେ - ପ୍ରାରମ୍ଭିକ, ମୁଖ୍ୟ (ଲିଖିତ) ଏବଂ ବ୍ୟକ୍ତିତ୍ୱ ପରୀକ୍ଷା (ସାକ୍ଷାତକାର) । ରାଜ୍ୟ ପ୍ରଶାସନରେ ବିଭିନ୍ନ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ପଦବୀ ପାଇଁ ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ଚୟନ କରାଯାଏ ।