ଓଡ଼ିଶାରେ କର୍ଣ୍ଣାଟକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ

  ଭୁବନେଶ୍ୱର : କର୍ଣ୍ଣାଟକ ସରକାରଙ୍କର ଏକ ୨୨ ଜଣିଆ ପ୍ରତିନିଧି ଦଳ ଦୁଇଦିନିଆ ଓଡିଶା ଗସ୍ତରେ ଆସି ବିଶ୍ୱ ଦକ୍ଷତା କେନ୍ଦ୍ର ଓ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ଉକôର୍ଷ ପାଇଁ ପ୍ରଦାନ କରାଯାଉଥିବା ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହ ଆଜି ଖାରବେଳ ଭବନଠାରେ କର୍ଣ୍ଣାଟକ ସରକାରଙ୍କ ଏକ ଉଚ୍ଚÿସ୍ତରୀୟ ପ୍ରତିନିଧି ଦଳ ଓଡିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି  । କର୍ଣ୍ଣାଟକର ଉଚ୍ଚÿଶିକ୍ଷା ମନ୍ତ୍ରୀ ଡ. ଏମ୍ ସି ସୁଧାକର ଓ ଡାକ୍ତରୀ ଶିକ୍ଷା, ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ଓ ଜୀବିକା ନିର୍ବାହ ମନ୍ତ୍ରୀ ଡାକ୍ତର ଶରଣ ପ୍ରକାଶ ଆର୍. ପାଟିଲଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧିମଣ୍ଡଳୀ ଓଡିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ସୁଫଳ ସଂପର୍କରେ ଆଲୋକପାତ କରିବା ସହ କର୍ଣ୍ଣାଟକରେ କିଭଳି ଏହିଭଳି ଅଭିନବ ତାଲିମ କାର୍ଯ୍ୟକ୍ରମ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । 
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କର୍ଣ୍ଣାଟକ ସରକାରଙ୍କର ଏହି ଉଚ୍ଚÿସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କ ଓଡିଶା ଗସ୍ତ ନିଷ୍ପତ୍ତି ଏକ ଦୃଢ ଓ ଦକ୍ଷତାସଂପନ୍ନ ଇକୋସିଷ୍ଟମ ଗଠନରେ ରାଜ୍ୟର ନିରନ୍ତର ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି । କର୍ଣ୍ଣାଟକ ପ୍ରତିନିଧିମଣ୍ଡଳରେ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କ ସହ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରତିନିଧିମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ଉଚ୍ଚÿ ମାନର ତାଲିମ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । 
ଏହି ଆଲୋଚନାରେ ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଦକ୍ଷତା ବିକାଶ ଓ ନିଯୁକ୍ତି ନିଦେ୍ର୍ଦଶକ ସୁଶ୍ରୀ ରଶ୍ମିତା ପଣ୍ଡା ଓ ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଦଶକ  ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ ଉପସ୍ଥିତ ଥିଲେ ।