କଂଗ୍ରେସର କାକଟପୁର ବନ୍ଦ ସଫଳ
କାକଟପୁର : ଦୀର୍ଘ ଦିନ ଧରି କାକଟପୁରକୁ ଏନଏସି ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ । ପୂର୍ବ ସରକାରଙ୍କ ସମୟରେ କାକଟପୁରକୁ ଏନଏସି ମାନ୍ୟତା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏହା ଅଦ୍ୟାବଧି ନାଲିଫିତା ତଳେ ଚାପି ହୋଇ ରହିଛି । ଏହି ପ୍ରରିପେକ୍ଷୀରେ ଆଜି କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସମସ୍ତ ବ୍ୟବସାୟୀ ସଂଘ,ମୋଟର ମାଲିକ ସଂଘ, ବିଭିନ୍ନ ସଂଗଠନ ଏବଂ ସ୍ଥାନୀୟ ଜନସାଧାରଣ ମାନେ ସମର୍ଥନ କରିଛନ୍ତି । କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ଯୁବନେତା ବିଶ୍ୱଭୂଷଣ ଦାସ, ବ୍ଲକ କଂଗ୍ରେର ପୂର୍ବତନ ସଭାପତି ଏବଂ ସଂଯୋଜକ ଯଶୋବନ୍ତ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କାକଟପୁରର ବଲରା ଛକ ଏବଂ ମେଡିକାଲ ଛକରେ ପିକେଟିଂ କରିବା ସହ ରାସ୍ତାରୋକ କରି ବିଜେପି ଏବଂ ବିଜେଡି ବିରୁଦ୍ଧରେ ନାରାବାଜି ଦେବାସହ କାକଟପୁରକୁ ଏନଏସି ମାନ୍ୟତା ନମିଳିଲେ ଆଗାମୀ ଦିନରେ ଏ ଆନେ୍ଦାଳନକୁ ଆହୁରି ତୀବ୍ର କରାଯିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରୀଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଇଂ ରାଜେଶ ମିଶ୍ର, ନିରୁପମା ପାତ୍ର, ସୌମ୍ୟକାନ୍ତ ଖୁଣ୍ଟିଆ, ବିଶ୍ୱକେଶନ ହରିଚନ୍ଦନ,ଭାସ୍କର ସେଠ, ସୁକାନ୍ତ ପ୍ରଧାନ, ସୁକାନ୍ତ ମହାନ୍ତି, ଉପେନ୍ଦ୍ର କାଣ୍ଡି, ବିପିନ ବିହାରୀ ମହାନ୍ତି, ଜୟନ୍ତ ବେହେରା, ଶେଖ ଲିଆକତ, ଚଗଲି ମହାନ୍ତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।