କଣ୍ଟାପଡ଼ାରେ ଲକ୍ଷ୍ମୀପୂଜା
ନିଆଳି: କଣ୍ଟାପଡା ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ମା’ ଲକ୍ଷ୍ମୀଙ୍କ ପୂଜା ଧୁମ୍ଧାମ୍ରେ ହୋଇଛି । ଘରେ ଘରେ ମାଣବସା ସାଙ୍ଗକୁ ପୂଜା ମଣ୍ଡପ ଓ ଛକରେ ସନ୍ଧ୍ୟାବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । କଣ୍ଟାପଡା ବ୍ଲକ୍ର ଅଡସପୁର, ଗୋବିନ୍ଦପୁର, ବାଗଲପୁର, ପାଟସୁନ୍ଦରପୁର ଓ ଉରାଢ ପଞ୍ଚାୟତର ମା’ ସପ୍ତଫେଣୀ ବଜାର କମିଟି ପକ୍ଷରୁ ମା’ ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା ଧୁମ୍ଧାମ୍ରେ ଅନୁଷ୍ଠିତ ହେଉଛି । କମଳାକାନ୍ତ ମହାପାତ୍ର କର୍ତ୍ତା ହୋଇଥିବାବେଳେ ସନ୍ଧ୍ୟା ସମୟରେ ୫୦୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ପ୍ରସାଦ ଭାବେ କ୍ଷୀରି ଓ ପିଠା ବଣ୍ଟନ କରାଯାଇଥିଲା ।