କଥା ରଖିଲେ ବିଧାୟକ : ବାଲିଯାତ୍ରା ପାଇଁ ହେବ ସ୍ଥାୟୀ ମଞ୍ଚ
ନିଶ୍ଚିନ୍ତକୋଇଲି : ଗତ ବର୍ଷ ଦେବସ୍ନାନ ଯାତ୍ରାରେ ଚିତ୍ରୋତ୍ପଳା ନଦୀ ପଠାରେ ୫ ଦିନ ବ୍ୟାପୀ ହୋଇଥିବା ବାଲିଯାତ୍ରା ମହୋତ୍ସବ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ ଯୋଗ ଦେଇଥିଲେ । କମିଟି ପକ୍ଷରୁ ଏକ ସ୍ଥାୟୀ ମଞ୍ଚ ପାଇଁ ବିଧାୟକଙ୍କ ନିକଟରେ ଦାବି କରାଯାଇଥିଲା । କମିଟିର ଦାବିକୁ ସମ୍ମାନ ଜଣାଇ ବିଧାୟକ ଇଂ. ପ୍ରକାଶ ସେଠୀ ଚଳିତ ବର୍ଷ ସ୍ଥାୟୀ ମଣ୍ଡପଟିଏ ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଆଲୋକ ଦତ, ବିଜୟ ଗୋଚ୍ଛାୟତ, ରବିନ୍ଦ୍ର ପୃଷ୍ଟି, ପୁଷ୍ପିତା ପଣ୍ଡା, ବିଭୂତି ଭୂଷଣ ମହାରଣା, ଲକ୍ଷ୍ମଣ ସେଠୀ, ବିଭୁ ପ୍ରସାଦ ବୋଷ, ଅଜୟ ମହାନ୍ତି, ଗଗନ ମଲିକ, ଯଦୁମଣୀ ପାତ୍ରଙ୍କ ସମେତ ଗୋପୀନାଥଜୀଉ ଓ ମହାପୁରୁଷ ଅଚୁ୍ୟତାନନ୍ଦ ଟ୍ରଷ୍ଟ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଆଗାମୀ ଦିନରେ ହେଉଥିବା ଯାତ୍ରାରେ ବିଧାୟକ ସଂପୂର୍ଣ୍ଣ ଅଂଶ ଗ୍ରହଣ କରି ଯାତ୍ରାକୁ କିପରି ସରସ ସୁନ୍ଦର କରିହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି ।