କନିକା ହାଇସ୍କୁଲ ଆୟତନର ବାର୍ଷିକୋସବ
ରାଜକନିକା : କନିକା ହାଇସ୍କୁଲ ଆୟତନର ୬୫ ତମ ବାର୍ଷିକ ଉସôବ ସହିତ ପୁରସ୍କାର ବିତରାଣୀ ଏବଂ ଆମ ସଂସ୍କୃତି ଆମ ଖେଳନା କର୍ମଶାଳାର ପ୍ରଦର୍ଶନୀ ପ୍ରକଳ୍ପ ଅନୁଷ୍ଠିତ ହୋଇଯାଇଛି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୨୯ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଅମିତା ସାହୁ, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଜୋସ୍ନାରାଣୀ ନାୟକ, ସମ୍ମାନିତ ଅତିଥି ଭାବେ ନବ କିଶୋର ସୁତାର, ବିଦ୍ୟାଧର ତ୍ରିପାଠୀ, ଚିଦାମ୍ବର ପତି, ନିମଂତ୍ରିତ ଅତିଥି ଭାବେ ପ୍ୟାରୀ ମୋହନ ସ୍ୱାଇଁ, ପଦ୍ମ ଲୋଚନ ରାଉତ, ଦେବବ୍ରତ ବେହେରା, ଯଶୋବନ୍ତ ଗିରି, ଶରତ ଚନ୍ଦ୍ର ପଣ୍ଡା ରାଜଲଷ୍ମୀ ଧଳ, ମିନତୀ ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହିତ ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅରୁଣ କୁମାର ଜେନା ବାର୍ଷିକ ବିବରଣୀ ପାଠ ସହିତ ଧନ୍ୟବାଦ ଅର୍ପଣ କରିଥିଲେ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେଫ